ଭୁବନେଶ୍ୱର,୨୬।୯:ଲୋୟର ପିଏମଜିରେ ୧୧ ଦଫା ଦାବି ନେଇ ରାଜ୍ୟରେ କାର୍ଯ୍ୟରତ ଓଡିଶା ଗୋଷ୍ଠୀ ସହାୟିକାଙ୍କ ଆନ୍ଦୋଳନ । ବର୍ଷ ବର୍ଷ ଧରି ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ସାହାଯ୍ୟ କରୁଥିଲେ ମଧ୍ୟ ସରକାର ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି । ଭୋଟର ଲିଷ୍ଟ, ଆଧାର କାର୍ଡ ଲିଙ୍କ କରାଇବା, ମିଟିଂ କରିବା, ମହିଳାମାନଙ୍କ ପାଇଁ ବ୍ୟାଙ୍କରୁ ଋଣ କରିବା ଭଳି ବିଭିନ୍ନ କାମରେ ନିୟୋଜିତ ଥିଲେ ମଧ୍ୟ ଆମ ପାଇଁ କୌଣସି ସୁବିଧା ସରକାର କରୁନାହାନ୍ତି । ସମସ୍ତ ସିଆରପି ମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ଦରମା ୨୬,୦୦୦, ପ୍ରତ୍ୟେକ ଅଞ୍ଚଳରେ ବୈଠକ ପାଇଁ ସଭା ଗୃହ ଭଳି ବିଭିନ୍ନ ଦାବି କରିଛନ୍ତି ଓଡିଶା ଗୋଷ୍ଠୀ ସହାୟିକା । ସ୍କୁଟି ଆମକୁ ଦରକାର ନାହିଁ ଆମକୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |