କାନ୍ଥ କଣା କରି ସୁନା ଦୋକାନରୁ ୨୦-୨୫ କୋଟିର ଗହଣା ଲୁଟ୍

ନୂଆଦିଲ୍ଲୀ,୨୬।୯  : ଦିଲ୍ଲୀର ଜଙ୍ଗପୁରାରେ ଜୁଏଲରୀ ଶୋ’ରୁମରୁ କୋଟି କୋଟି ଟଙ୍କାର ଚୋରି ହୋଇଛି । କାନ୍ଥରେ କଣା କରି ଏକ ଗହଣା ଦୋକାନରୁ ଚୋରି। ୨୦-୨୫ କୋଟି ଟଙ୍କାର ଗହଣା ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି ମାଲିକ। ଦୋକାନ ମାଲିକଙ୍କ କହିବା ଅନୁସାରେ ଗତ ରବିବାର ରାତି ୮ଟାରେ ସେ ଦୋକାନ ବନ୍ଦ କରିଥିଲେ। ସୋମବାର ଛୁଟି ଥିଲା। ମଙ୍ଗଳବାର ସକାଳୁ ଅର୍ଥାତ ଆଜି ଦୋକାନ ଖୋଲିବା ବେଳେ ଦେଖାଗଲା କି ବହୁ ଧୂଳି, ବାଲି ପଡିଛି। ପରେ ଯାଞ୍ଚ କରିବାରୁ ଦେଖା ଯାଇଛି ଯେ, କାନ୍ଥରେ କଣା କରି ସେମାନେ ସବୁ ଗହଣା ଲୁଟି ନେଇଛନ୍ତି। ୨୦ରୁ ୨୫ କୋଟି ଟଙ୍କାର ଗହଣା ଦୋକାନରେ ଥିଲା ବୋଲି କହିଛନ୍ତି ମାଲିକ। ଦିଲ୍ଲୀର ଭୋଗଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଟେରେସ୍ ଜରିଆରେ ଚୋରମାନେ ଆସିଥିବା ସନ୍ଦେହ କରାଯାଉଛି । ଲୁଟ୍‌‌ ପରେ ପୁଲିସ ନିକଟରେ ଅଭିଯୋଗ ପରେ ପୁଲିସ ପହଞ୍ଚି ସିସିଟିଭ ଫୁଟେଜ ଆଧାରରେ ଚୋରଙ୍କୁ ତଲାସ କରିବା ସହ ଘଟଣା ତଦନ୍ତ ଜାରି ରଖିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!