ହାଙ୍ଗଝୌ,୨୬।୯: ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ମଙ୍ଗଳବାର ଭାରତକୁ ମିଳିଛି ତୃତୀୟ ସ୍ବର୍ଣ୍ଣ ପଦକ। ଦୀର୍ଘ ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତ। ଭାରତୀୟ ଅଶ୍ବାରୋହୀ ସୁଦୀପ୍ତି ହଜେଲା, ଦିବ୍ୟକୀର୍ତ୍ତି ସିଂହ, ଅନୁଶ ଅଗ୍ରୱାଲ ଏବଂ ହୃଦୟ ଛେଡା ଚମତ୍କାର ପ୍ରଦର୍ଶନ କରି ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତ ୨୦୯.୨୦୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନ ୨୦୪.୮୮୨ ପଏଣ୍ଟ ସହ ଦ୍ବିତୀୟ ଓ ହଂକଂ ୨୦୪.୮୫୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଇତିହାସ ରଚିଛି ଭାରତ। ୪୧ ବର୍ଷ ପରେ ପ୍ରଥମଥର ପାଇଁ ଭାରତକୁ ଅଶ୍ୱ ଚାଳନାରେ ମିଳିଛି ସ୍ୱର୍ଣ୍ଣ। ୧୯୮୨ ଠାରୁ ଏଯାଏ ଭାରତ କେବେ ହେଲେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା। ହେଲେ ଆଜି ଚାଇନାରେ ଅଶ୍ୱ ଚାଳନାର ଟିମ ଇଭେଣ୍ଟରେ ଭାରତକୁ ଗୋଲ୍ଡ ମେଡାଲ ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |