ରତ୍ନଭଣ୍ଡାରର ଶୁଣାଣି ଶେଷ ,ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କଟକ,,୨୬।୯ : ହାଇକୋର୍ଟରେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ମାମଲାର ମଙ୍ଗଳବାର ଶୁଣାଣି ଶେଷ ହୋଇଛି। ରାୟକୁ ସଂରକ୍ଷିତ ରଖିଲେ କୋର୍ଟ। ରତ୍ନଭଣ୍ଡାରର ମରାମତି ସମ୍ପର୍କରେ ଆଜି ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ପୂର୍ବରୁ ଏନେଇ ଏଏସଆଇ ସତ୍ୟପାଠ ଦାଖଲ କରିଥିଲା।ହାଇକେର୍ଟରେ ପ୍ରାୟ ଦେଢ଼ ଘଣ୍ଟା ଧରି ରତ୍ନ ଭଣ୍ଡାର ସମ୍ପର୍କିତ ରିଟ୍ ଆବେଦନର ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ରତ୍ନ ଭଣ୍ଡାର ଖୋଲାଯିବା ଓ ମରାମତି ଆବଶ୍ୟକ ନେଇ ଆବେଦନକାରୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ପର୍ଯ୍ୟାପ୍ତ ଯୁକ୍ତି ଦର୍ଶାଇଥିଲେ। ସେହିପରି ସରକାରୀ ଓକିଲ ମଧ୍ୟ ତାଙ୍କର ଯୁକ୍ତି ଦର୍ଶାଇଥିଲେ କି ରତ୍ନଭଣ୍ଡାର ଅଳଙ୍କାରର ସ୍ଥିତି ଓ ମରାମତିର ବର୍ତ୍ତମାନ ସ୍ଥିତି ବିଷୟରେ ମଧ୍ୟ କୋର୍ଟକୁ ଜଣାଇଥିଲେ। ଉଭୟ ପକ୍ଷଙ୍କ ଶୁଣିବା ପରେ ଏବେ ଏହି ରିଟ୍ ଆବେଦନର ଶୁଣାଣି ଶେଷ ହୋଇଛି। ଏହା ପରେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!