ସେପ୍ଟେମ୍ବର ୨୮ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର ,,୨୬।୯: ଆସନ୍ତା ୨୮ ତାରିଖକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ‘ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ’ ଅବସରରେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ୨୯ ତାରିଖ ଶୁକ୍ରବାର ବଦଳରେ ୨୮ ତାରିଖ ଗୁରୁବାର ପାଇଁ ଏହି ଛୁଟି ଘୋଷଣା କରାଯାଇଛି । ତେଣୁ ଗୁରୁବାର ଦିନ ରାଜ୍ୟର ସରକାରୀ ଅଫିସ, ରାଜସ୍ୱ ଓ ଅଦାଲତୀ କୋର୍ଟ (କାର୍ଯ୍ୟନିର୍ବାହୀ) ବନ୍ଦ ରହିବ । ଏନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!