ବୈତରଣୀ ନଦୀକୂଳରୁ ଗାଈକୁ କୁମ୍ଭୀର ଝାମ୍ପିନେଲା କୁମ୍ଭୀର

 ଆରଡି ,୬।୯:ଆଜି ମଧ୍ୟାହ୍ନ ୧ଟା ସମୟରେ ଆରଡି ନିକଟସ୍ଥ ଷାଠିବାଙ୍କୁଡା ଗାଁ ନିକଟରେ ବୈତରଣୀ ନଦୀକୂଳରୁ ଏକ ଗାଈକୁ କୁମ୍ଭୀର ଝାମ୍ପି ନେଇଛି। ନଦୀକୂଳରେ ଷାଠିବାଙ୍କୁଡା ଗାଁର ସୁରେଶ ପାତ୍ର ତାଙ୍କ ସାଙ୍ଗଙ୍କ ସହ ମିଲି ଗାଈଙ୍କୁ ନେଇ ଚରାଉଥିଲେ। ଏତିକିବେଳେ ହଠାତ ନଦୀକୂଳରେ ଛକି ରହିଥିବା ୧୫\୧୬ ଫୁଟ ଲମ୍ବର ଏକ କୁମ୍ଭୀର ହଠାତ ଏକ ଗାଈକୁ ଝାମ୍ପି ନେଇଥିଲା।ଘଟଣାସ୍ଥଳରେ ସୁରେଶ ଓ ଗାଁ ଲୋକ ହୋହଲ୍ଲା କରିବା ସହ ଇଟା ପଥର ଫିଙ୍ଗି ଥିଲେ ମଧ୍ୟ କୁମ୍ଭୀରଟି ଗାଈକୁ ଖାଇ ଦେଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!