ଭୁବନେଶ୍ବର, ୯।୧୦: ଆଜି ସ୍କୁଲ ପିଲାଙ୍କୁ ପଢ଼ାଯିବ ହକିର ବିଜୟ ଗାଥା। ପ୍ରାର୍ଥନା ସଭାରେ ଏହାକୁ ପଢାଯିବ। ଏସିଆଡରେ ଭାରତୀୟ ହକି ଦଳକୁ ସ୍ଵର୍ଣ୍ଣ ମିଳିବା ପରେ ସରକାର ଏହି ନିଷ୍ପତି ନେଇଛନ୍ତି। ଏହା ସହ ୨୦୨୪ ଅଲମ୍ପିକ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ଶୁଭେଛା ବାର୍ତ୍ତା ମଧ୍ୟ ଦେବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କ ଭିତରେ ହକି ପାଇଁ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ, ଓଷେପା ପକ୍ଷରୁ ଦୁଇ ପୃଷ୍ଠା ହକି ଗାଥା ସମ୍ବଳିତ ବାର୍ତ୍ତା ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଦିଆଯାଇଛି। ଯାହାକୁ ପ୍ରାର୍ଥନା ସଭା ରେ ପାଠ କରାଯିବ। ଏହାର ଫଟୋ ମଧ୍ୟ ଓସେପାକୁ ପଠେଇ ବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |