ନୂଆଦିଲ୍ଲୀ, ୯।୧୦: ବିଶ୍ୱକପ୍ରେ ଭାରତର ଦମ୍ଦାର ବିଜୟ ହୋଇଛି। ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରିଛି ଭାରତ। ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ବିରାଟ୍ କୋହଲି ଓ କେ.ଏଲ୍ ରାହୁଲ୍। ବିପର୍ଯ୍ୟୟ ପରେ ଉଭୟ ପାଳିକୁ ସମ୍ଭାଳିଥିଲେ ଓ ବିଜୟ ଦ୍ୱାରରେ ପହଞ୍ଚାଇ ଥିଲେ ଅଷ୍ଟ୍ରେଲିଆ ବିପକ୍ଷରେ ୬ ଓ୍ବିକେଟରେ ଏକ ଲଢୁଆ ବିଜୟ ସହ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ବିଜୟ ପାଇଁ ଭାରତ ଆଗରେ ମାତ୍ର ୨୦୦ ରନର ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ, କିନ୍ତୁ ଆରମ୍ଭରୁ ଅଷ୍ଟ୍ରେଲିଆ ବୋଲରମାନେ ଭାରତକୁ ଏକ ବଡ଼ ଝଟକା ଦେଇଥିଲେ । ଦଳର ୩ ଜଣ ଆଗଧାଡ଼ିର ବ୍ୟାଟ୍ସମ୍ୟାନ- ରୋହିତ ଶର୍ମା, ଇଶାନ କିଶନ ଓ ଶ୍ରେୟସ ଆୟର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ମାତ୍ର ୨ ରନରେ ୩ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତ ପାଇଁ ପୁଣି ଥରେ ସଙ୍କଟମୋଚକ ସାଜିଥିଲେ ଭାରତର କିଙ୍ଗ କୋହଲି । ଅଷ୍ଟ୍ରେଲିଆର ଶକ୍ତିଶାଳୀ ବୋଲିଂ ଆକ୍ରମଣ ବିରୋଧରେ ସେ ଓ କେଏଲ ରାହୁଲ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ସ୍ମରଣୀୟ ବିଜୟ ଆଣି ଦେଇଥିଲେ । ବିରାଟ ୮୫ ଓ ରାହୁଲ ଅପରାଜିତ ୯୭ ରନ କରିଥିଲେ । କେଏଲ ରାହୁଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |