ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ: ସଙ୍ଗୀତ ମହୋତ୍ସବସ୍ଥଳରୁ ଉଦ୍ଧାର ହେଲା ୨୬୦ ଶବ

ଜେରୁଜେଲମ୍‌ ,,୯।୧୦: ‘ଗାଜା ଷ୍ଟ୍ରିପ୍‌’ ନିକଟରେ ଆୟୋଜିତ ସାରା ରାତି ‘ନେଚର୍‌ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌’ସ୍ଥଳରୁ ପାରାମେଡିକ୍‌ମାନେ ପ୍ରାୟ ୨୬୦ଟି ଶବ ଉଦ୍ଧାର କରିଥିବା କଥା ଇସ୍ରାଏଲୀୟ ଉଦ୍ଧାରକାରୀ ସେବା ‘ଜାକା’ କହିଛି।ଇସ୍ରାଏଲ ସେନା ଓ ପାଲେଷ୍ଟାଇନ ସମର୍ଥିତ ଆତଙ୍କବାଦୀ ସଂଗଠନ ‘ହମାସ’ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ରବିବାର ଦ୍ବିତୀୟ ଦିନରେ ପହଞ୍ଚିଛି। ଶନିବାର ହମାସର ଅତର୍କିତ ଆକ୍ରମଣ ପରେ ଇସ୍ରାଏଲ ପକ୍ଷରୁ ଯୁଦ୍ଧ ଘୋଷଣା ସହିତ ହମାସ ଅଧ୍ୟୁଷିତ ଗାଜା ସହର ଉପରେ ପ୍ରତିଆକ୍ରମଣ କରାଯାଇଛି। ଇସ୍ରାଏଲ ସେନା ଉଭୟ ଆକାଶ ଓ ସ୍ଥଳ ମାର୍ଗରେ ଆକ୍ରମଣ କରିଛି। ଏହି ଯୁଦ୍ଧରେ ଉଭୟ ପକ୍ଷରୁ ୧୦୦୦ରୁ ଅଧିକ ସାଧାରଣ ଲୋକ ଓ ସୈନିକ ପ୍ରାଣ ହରାଇଲେଣି। ଏଥିରେ ଇସ୍ରାଏଲର ୬୦୦ରୁ ୭୦୦ ନାଗରିକ ଓ ସୈନିକ ପ୍ରାଣ ହରାଇଥିବାବେଳେ ହମାସର ୩୦୦ରୁ ଅଧିକ ଯୋଦ୍ଧା ପ୍ରାଣ ହରାଇଛନ୍ତି।ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଦାବି କରିଛନ୍ତି ଯେ, ଏହି ଗଣ ଆକ୍ରମଣରେ ପ୍ରାୟ ୧୦୦୦ ହମାସ୍‌ ଆତଙ୍କବାଦୀ ସାମିଲ୍‌ ହୋଇଥିଲେ।ହମାସ୍‌ ଅପ୍ରତ୍ୟାଶିତ ଆକ୍ରମଣର ୪୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ବି ଆଜି ସକାଳ ପର୍ଯ୍ୟନ୍ତ ଇସ୍ରାଏଲୀ ସୖନିକମାନେ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କ ସହିତ ଲଢ଼େଇ କରୁଛନ୍ତି। ଜଳ, ସ୍ଥଳ, ଓ ଆକାଶରୁ ହମାସ୍‌ କରିଥିବା ଅପ୍ରତ୍ୟାଶିତ ଆକ୍ରମଣରେ କେତେକ ଆମେରିକୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି ବୋଲି ‘ନ୍ୟାସ୍‌ନାଲ୍‌ ସିକ୍ୟୁରିଟି କାଉନ୍‌ସିଲ୍‌’ର ମୁଖପାତ୍ର ରବିବାର ଦିନ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’ ରିପୋର୍ଟ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!