ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର

  ଭୁବନେଶ୍ବର: ଓଡ଼ିଶାର ହକି ତାରକା ଦୀପଗ୍ରେସ ଏକ୍କାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବାକୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଏସୀୟ ମହିଳା ହକି ବ୍ରୋଞ୍ଜ ବିଜୟୀ ଦୀପଗ୍ରେସ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଭାରତୀୟ ହକି ଦଳର ଓଡ଼ିଆ ଝିଅ ଦୀପଗ୍ରେସ ପୁରସ୍କାର ପାଇବେ । ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ତମ ଏସୀୟ କ୍ରୀଡ଼ାରେ ଭାରତର କ୍ରୀଡ଼ାବିତମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଏହି ଇଭେଣ୍ଟର ୧୪ତମ ଦିବସରେ ଭାରତ ଶାନଦାର ପ୍ରଦର୍ଶନ କରି ୬ଟି ସ୍ୱର୍ଣ୍ଣ ପଦକ ଜିତିଥିଲା । ପ୍ରଥମ ଥର ପାଇଁ ଭାରତ ପଦକ ବିଜୟରେ ଶତକ ପୂରଣ କରିବା ସହିତ ଏସୀୟ କ୍ରୀଡ଼ା ଇତିହାସର ସମସ୍ତ ରେକର୍ଡ ଭାଙ୍ଗି ଭାରତ ନୂଆ ରେକର୍ଡ ସ୍ଥାପନ କରିଥିଲା । ଭାରତ ମୋଟ ୧୦୭ଟି ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛି । ସେଥିମଧ୍ୟରେ ୨୮ଟି ସ୍ୱର୍ଣ୍ଣ, ୩୮ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!