ଭୁବନେଶ୍ୱର,୯ା୧୦ : ରାଜ୍ୟ ଘରୋଇ ବସ ମାଲିକ ସଂଘ ଧର୍ମଘଟ ପ୍ରସଙ୍ଗରେ ବଡ଼ ଅପଡେଟ । ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ସଂଘର ନିଷ୍ପତି । ଆସନ୍ତା ୧୦ ତାରିଖରେ ଦିଆଯାଇଥିବା ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ସ୍ଥଗିତ ରହିଛି। ବସ୍ ଧର୍ମଘଟ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଅକ୍ଟୋବର ୩୧ ଯାଏଁ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ।ବିଭିନ୍ନ ଦାବି ପୂରଣ ନେଇ ବସ୍ ଧର୍ମଘଟ ଡାକରା ଦେଇଥିଲା ବସ୍ ମାଲିକ ସଂଘ। ଆଜି ସିଏମ୍ଓ ଓ ବସ୍ ମାଲିକ ସଂଘ ବୈଠକ ବସିଥିଲା। ବୈଠକ ସଫଳ ହୋଇନଥିଲେ ମଧ୍ୟ ଆଲୋଚନା ସକାରାତ୍ମକ ହୋଇଥିବା ବସ୍ ସଂଘ ପକ୍ଷରୁ କୁହାଯାଇଥିଲା। ଅପରାହ୍ନରେ ବସ୍ ମାଲିକ ସଂଘ କର୍ମକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।ବୈଠକରେ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ବସ୍ ମାଲିକ ସଂଘ।ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬୦୦ ବସ୍ ଚଳାଇବେ। ୧୬୦୦ରୁ ୧୦୦୦ ପଞ୍ଚାୟତରୁ ବ୍ଲକ ଓ ୬୦୦ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଚାଲିବ ବସ୍। ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ଚାଲିବାକୁ ଥିବା ବସ୍ରେ ଆମର ସମସ୍ୟା ନାହିଁ। ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଯିବାକୁ ଥିବା ବସ୍ ୩୧ ପର୍ଯ୍ୟନ୍ତ ଚାଲିବାର ନାହିଁ। ଏବେ ଜିଲ୍ଲା ମୁଖ୍ୟାଳୟ ବସ୍ ଚାଲିବାକୁ ନଥିବାରୁ ୩୧ ଯାଏଁ ଧର୍ମଘଟ ସ୍ଥଗିତ ରହିଲା ବୋଲି ଶ୍ରୀ ସାହୁ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |