ରାଜକନିକା,୯/୧୦ : ବିଷଧର ସାପ ଦେଖିଲେ ଲୋକେ ଭୟଭୀତ ହୋଇପଡ଼ନ୍ତି । ହେଲେ ଘରେ ବାଡ଼ିରେ କିମ୍ବା ରାସ୍ତାରେ ବିଷଧର ସାପକୁ ଦେଖିଲେ ଖୋଜା ପଡ଼ନ୍ତି ବିଭୂତି ଭାଇ । ଖବର ପାଇବାର ଖୁବ୍ ଅଳ୍ପ ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଯାଆନ୍ତି ସେ । ସାପ ଦେଖି ଡ଼ରୁଥିବା ଲୋକେ ଟିକିଏ ଦମ୍ଭ ଧରନ୍ତି । ବିଭୂତିଙ୍କୁ ଦେଖି ବିଷଧର ସାପ ଯେମିତି ଥୟ ଧରନ୍ତି । ଏହା ପରେ ଆରମ୍ଭ କରନ୍ତି ସେ ସାପଧରା ଅଭିଯାନ । ୪ ବର୍ଷରେ ପ୍ରାୟ ୩ଶହରୁ ଅଧିକ ନାଗ, ଗୋଖର, ତମ୍ପ ଭଳି ବିଷଧର ସାପକୁ ଧରି ଭିତରକନିକା ଜଙ୍ଗଲରେ ଛାଡ଼ିଛନ୍ତି ବିଭୂତି । ବର୍ଷକୁ ପ୍ରାୟ ୭୦ରୁ ୮୦ଟି ସାପ୍ ଧରୁଥିବାର ଜଣାପଡ଼ିଛି । ବିଭୂତିଙ୍କ ଏଭଳି ଜନସେବା କାର୍ଯ୍ୟକୁ ଲୋକେ ସାଧୁବାଦ ଜଣାଇଛନ୍ତି । ରାଜନଗର ବନ ବିଭାଗର ଏପିଏସ୍ ବିଭୂତି ତରାଇ । ଘର ରାଜକନିକା ବ୍ଳକ୍ ଝରମୁହଁ ଗ୍ରାମର ଭରତ ତରାଇଙ୍କ ମଝିଆ ପୁଅ । ୩୫ ବର୍ଷୀୟ ସାହାସୀ ଯୁବକ ବିଭୂତି ସ୍ଥାନୀୟ ଅଞ୍ଚଳରେ ଟୁଲୁ ଭାଇ ଭାବେ ପରିଚିତ । ୨୦୧୯ରେ ପେଣ୍ଠ ଠାରେ ବିଷଧର ସାପ ଗୁଡ଼ିକୁ ଧରିବାକୁ ଶୁଭେନ୍ଦୁ ମଲ୍ଲିକଙ୍କ ଠାରୁ ଶିକ୍ଷା ନେଇଥିଲେ । ଧୀରେ ଧୀରେ ବିଭୂତିଙ୍କ କଥା ଜାଣିବା ପରେ ବିଷଧର ସାପକୁ ଦେଖିଲେ ଫୋନ୍ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି । ବିଷଧର ସାପ୍କୁ ଉଦ୍ଧାର କରି ଲୋକମାନଙ୍କୁ ସାହାଯ୍ୟ କରୁଛି । ବିଶେଷ କରି କନିକା ରେଞ୍ଜ ରାଜକନିକା ଏବଂ ଖୋଳା ରାଜନଗର ଅଞ୍ଚଳରେ ଅହିରାଜ, ରଣା, ଅଜଗର ଭଳି ସାପ ଦେଖାଯାଆନ୍ତି । ଖାଦ୍ୟ ଅନ୍ୱେଷଣରେ ଘରେ ପଶିଯାଉଛନ୍ତି । ବିଷଧର ସାପଗୁଡ଼ିକୁ ଜନବସତି ଅଞ୍ଚଳରୁ ଉଦ୍ଧାର କରି ଭିତରକନିକା ଜଙ୍ଗଲରେ ଛାଡ଼ିଦେଉଛନ୍ତି । ଶ୍ରୀତରାଇ ଲୋକମାନଙ୍କୁ ବର୍ଷା ଋତୁରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଦୁଇ ମାସ ପର୍ଯ୍ୟନ୍ତ ବିଷଧର ସାପ ପଦାରେ ବୁଲାବୁଲି କରିବେ । ଏହି ସମୟରେ ସତର୍କ ରହିିବାକୁ ପରାମର୍ଶ ଦେଇଛନ୍ତି । ସାପ ଆମର ବନ୍ଧୁ ତାର ଜୀବନ ରକ୍ଷାର ଆବଶ୍ୟକତା ରହିଛି । ସାପକୁ ନ ବାଡ଼େଇ ବନ ବିଭାଗକୁ ଖବର ଦେବାକୁ ସେ ଅନୁରୋଧ କରିଛନ୍ତି । ତାଙ୍କ ଫୋନ୍ ୯୬୬୮୧୦୪୬୮୫ ଯୋଗେ ବିଷଧର ସାପ ଉଦ୍ଧାର କରିବାକୁ ଯୋଗାଯୋଗ କରିବାକୁ ସେ ଜଣାଇଛନ୍ତି । ବନ ବିଭାଗକୁ ଖବର ଦେଲେ ମଧ୍ୟ ଆମେ ଘଟଣାସ୍ଥଳରେ ପହଞ୍ଚିଥାଉ । ବିଷଧର ସାପ ଖାଦ୍ୟ ଅନ୍ୱେଷଣରେ ଘରେ ପଶିଯାଆନ୍ତି । ଏହା ସହିତ ବର୍ଷା ସମୟରେ ଗାତରେ ପାଣି ପଶିଯାଏ । ଫଳରେ ପଦାରେ ବୁଲାବୁଲି କରନ୍ତି । ତେଣୁ ଆମକୁ ସାବଧାନ ରହିବା ଦରକାର । ସାପ ଧରିବା ପାଇଁ ବନ ବିଭାଗ ପକ୍ଷରୁ ସାପ ସାପ ଧରା ବାଡ଼ି, ଆଣ୍ଟି ଭେକ୍ସିନ୍ ଏବଂ ସେପ୍ଟି ଗ୍ଲୋଭ ଭଳି ସରଞ୍ଜାମ ଯୋଗାଇ ଦିଆଯାଇଛି । ବିଭୂତିଙ୍କ ଏଭଳି କାମକୁ ପ୍ରଶଂସା କରୁଛନ୍ତି ସାଧାରଣ ଲୋକେ ଆଉ ବନ ବିଭାଗ ଅଧିକାରୀ । ଆଗାମୀ ଦିନରେ ବିଭୂତିଙ୍କ ସାପଧରା ଅଭିଯାନ ଜାରି ରହୁ । ବିଷଧର ସାପ ଏବଂ ମଣିଷଙ୍କ ମଧ୍ୟରେ ସହାବସ୍ଥାନ ବଞ୍ଚିରହୁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |