ଭୁବନେଶ୍ୱର,୧୦।୧୦: ପୂର୍ବତନ ଡିଜିପି ଶରତ ମିଶ୍ରଙ୍କର ପରଲୋକ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ମଙ୍ଗଳବାର ସକାଳ ୭ଟା ୨୨ ସମୟରେ ତାଙ୍କର ପରଲୋକ ହୋଇଛି । ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୭ଟା ୨୨ରେ ଶରତ ମିଶ୍ରଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଭାଇ ବିପିନ ବିହାରି ମିଶ୍ର ସୂଚନା ଦେଇଛନ୍ତି। ସେ ଦୀର୍ଘଦିନ ଧରି RAW ପାଇଁ କାମ କରିଥିଲେ।। ଅବସର ପରେ ସ୍ୱର୍ଗତ ଶରତ ମିଶ୍ର ବିଭିନ୍ନ ଗଣମାଧ୍ୟମରେ ଅପରାଧ, ଆଇନ୍, ସୁରକ୍ଷା ଆଦି ପ୍ରସଙ୍ଗରେ ନିଜର ସୁଚିନ୍ତିତ ମତ ରଖି ଆସୁଥିଲେ। ଏହାସହ ସାହିତ୍ୟ ଓ ଲେଖାଲେଖିକୁ ଆପଣାଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ସେ ପାଇଥିଲେ|୧୯୫୯ ବ୍ୟାଚ୍ର ଅବସରପ୍ରାପ୍ତ IPS ଅଫିସର ଶରତ ମିଶ୍ର। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ଭାଇ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |