ନୂଆଦିଲ୍ଲୀ,୧୦।୧୦: ହମାସର ଆତଙ୍କବାଦୀ ଆକ୍ରମଣ ଓ ଇସ୍ରାଏଲର ଜବାବୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍ ରେ କଥା ହୋଇଛନ୍ତି। ଏହି ଟେଲିଫୋନ ଆଲୋଚନା ବେଳେ ମୋଦୀ ଆତଙ୍କବାଦକୁ ନିନ୍ଦା କରିବା ସହ ଇସ୍ରାଏଲ ପଛରେ ଭାରତର ସମର୍ଥନକୁ ଦୋହରାଇଛନ୍ତି |ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି ଯେ, ‘‘ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ତାଙ୍କ ଫୋନ୍ କଲ୍ ପାଇଁ ଏବଂ ବର୍ତ୍ତମାନର ପରିସ୍ଥିତି ଉପରେ ସଦ୍ୟତମ ସୂଚନା ପ୍ରଦାନ କରିଥିବାରୁ ମୁଁ ଧନ୍ୟବାଦ ଜଣାଉଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ଜନସାଧାରଣ ଇସ୍ରାଏଲ ସହିତ ଦୃଢତାର ସହ ଠିଆ ହୋଇଛନ୍ତି। ଆତଙ୍କବାଦକୁ ଏହାର ସମସ୍ତ ରୂପ ଏବଂ ଅଭିବ୍ୟକ୍ତିରେ ଭାରତ ଦୃଢ ଓ ସ୍ପଷ୍ଟ ଭାବେ ନିନ୍ଦା କରୁଛି।’’
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |