ଭୁବନେଶ୍ୱର, ୧୯।୧୦: ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି ରଘୁବର ଦାସ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ରଘୁବର ଦାସଙ୍କୁ ଓନିଶାର ଏକ ବଡ଼ ପଦବୀରେ ନିୟୋଜିତ କରାଯାଇଛି । ରାଷ୍ଟ୍ରପତି ଭବନରୁ ଏ ନେଇ ସୂଚନା ଜାରି କରାଯାଇଛି । ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନରେ ରଘୁବର ଦାସଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଖୁବଶୀଘ୍ର ତାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯିବ ।ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମିଳିଛି ନୂଆ ଦାୟିତ୍ୱ। ସେ ଓଡ଼ିଶାର ରାଜ୍ୟପାଳ ହେବେ। ତାଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପଦରେ ନିଯୁକ୍ତ କରିଛନ୍ତି। ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ଥାନ ରଘୁବର ନେବେ। ପ୍ରଫେସର ଗଣେଶୀ ଲାଲ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୩ ମା’ ମାସରେ ଶେଷ ହୋଇଥିଲା। ଏହାପରେ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା। ହେଲେ ରାଷ୍ଟ୍ରପତି ମୁର୍ମୁ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶ୍ରୀ ଦାସଙ୍କ ନାଁ ଉପରେ ମୋହର ମାରିଛନ୍ତି।୬୯ ବର୍ଷୀୟ ଶ୍ରୀ ଦାସ ୨୦୧୪ ଡିସେମ୍ବର ୨୮ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ୨୦୧୯ ଯାଏ ଏହି ପଦରେ ରହିଥିଲେ। ଏହାବାଦ ସେ ବିଜେପିର ରାଜ୍ୟ ସଭାପତି ଭାବେ ମଧ୍ୟ ଦୁଇ ଥର କାର୍ଯ୍ୟ କରିଛନ୍ତି। ଏବେ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଆଜି ତାଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିପୁରାର ରାଜ୍ୟପାଳ ଭାବେ ଇନ୍ଦରସେନା ରେଡ୍ଡୀ ନାଲ୍ଲୁଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ଇନ୍ଦରସେନା ହେଉଛନ୍ତି ତେଲେଙ୍ଗାନା ବିଜେପିର ଜଣେ ବରିଷ୍ଠ ନେତା। ସେ ୩ଥର ବିଧାୟକ ମଧ୍ୟ ହୋଇଥିଲେ। ଏଥିସହ ସେ ଏବେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ପଦରେ କାର୍ଯ୍ୟ କରୁଛନ୍ତି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |