ଭୁବନେଶ୍ୱର,,୧୮ା୧୦: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଲାବୋରେଟୋରୀରୁ ଚୋରି ହୋଇଛି । ହସ୍ପିଟାଲରେ ମୂଲ୍ୟବାନ ଜିନିଷ ଚୋରି ହୋଇଥିବା ଜଣାପଡିଛି । ଏଥିରେ ହସ୍ପିଟାଲ କର୍ମଚାରୀମାନଙ୍କ ସଂପୃକ୍ତି ଥିବା କଥା କୁହାଯାଉଛି । ବୁଧବାର ଦିନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଲାବୋରେଟୋରୀରୁ ଚୋରି ହୋଇଛି । ପ୍ରାୟ ୬୦ ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହି ଚୋରି ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଚୋରିରେ ସଫେଇ କର୍ମଚାରୀ ସିକ୍ୟୁରିଟି ଗାର୍ଡ ସାମିଲ ଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୁକ୍ତ ମଧ୍ୟ ଚିହ୍ନଟ ହୋଇଥିବା ନେଇ କମିଶନରେଟ ପୋଲିସ ସୂଚନା ଦେଇଛନ୍ତି । କ୍ୟାପିଟାଲ୍ ମେଡ଼ିକାଲ୍ରୁ ୫୦ରୁ ୬୦ ଲକ୍ଷ ଟଙ୍କାର ଲାବ୍ ଯନ୍ତ୍ରାଂଶ ଚୋରି ହୋଇଛି। ସଫେଇ କର୍ମଚାରୀଙ୍କ ବେଶରେ ଚୋରମାନେ ମେଡ଼ିକାଲ୍ରେ ପଶି ଚୋରି କରିଛନ୍ତି। ଯାହାର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏନେଇ ଅଭିଯୋଗ ପରେ କମିଶନରେଟ୍ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |