(ମିହିର ଶଙ୍କର ପାତ୍ର)ନବରଙ୍ଗପୁର:- ଆଜି ସାରା ଦେଶ ପାଳୁଛି ଗାନ୍ଧୀ ଜୟନ୍ତୀ କିନ୍ତୁ ଦୁଃଖର ସହ କହିବାକୁ ପଡୁଛି ଡାବୁଗାଁ ଗାନ୍ଧୀ ପାର୍କରେ ଅବହେଳିତ ଅବସ୍ଥା ରେ ରହିଛି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି। ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଦେଖିଲେ ଜଣାପଡୁଛି ସ୍ଥାନୀୟ ପ୍ରଶାସନର ଦେଶଭକ୍ତି କେତେ? ପ୍ରତିମୂର୍ତ୍ତିଟି ସମ୍ପୂର୍ଣ ଖଣ୍ଡିଆ ଖାବରା ହୋଇ ଯାଇଛି, କାନ କଣ୍ଡିଆ, ପ୍ରୀତମୂର୍ତ୍ତି ରୁ ଚଷମା ଗାୟବ। ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ପଡିଛି ଅଳିଆ ଆବର୍ଜନା।ଆଜି ଗାନ୍ଧୀ ଜୟନ୍ତୀ ଅବସରେ ଡାବୁଗାଁ ବ୍ଲକର କଂଗ୍ରେସ ବ୍ଲକ ସଭାପତି ଜି ସାଇରଜୁ, ଡାବୁଗାଁ ବ୍ଲକ ପୂର୍ବତନ ବ୍ଲକ ଅଧକ୍ଷ ବଂଶୀଧର ମାଝୀ, ଯୁବନେତା ଶଶୀଧର ମାଝୀ ସମେତ ଅନେକ କଂଗ୍ରେସ କର୍ମୀ ଗାନ୍ଧୀ ପାର୍କକୁ ଯାଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେଇ ଗାନ୍ଧୀଜୟନ୍ତୀ ପାଳନ ଲାରିଥିଲେ। ଏହାଶହଡାବୁଗାଁ କଂଗ୍ରେସ ବ୍ଲକ ସଭାପତି ଡାବୁଗାଁ ବ୍ଲକ ପ୍ରଶାସନର ଗାନ୍ଧୀଙ୍କ ପ୍ରତୀ ଅବହେଳା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ କିଭଳି ସବୁଜାଣି ମଧ୍ୟ ସ୍ଥାନୀୟ ପ୍ରଶାସନ ନିରବ, ପ୍ରଶାସନର ଅବହେଳା ଏବଂ ରକ୍ଷଣ ବେକ୍ଷଣ ଅଭାବରୁ ଅବହେଳିତ ଅବସ୍ଥାରେ ପଡ଼ିରହିଛି ଡାବୁଗାଁ ସଦର ମହକୁମା ସ୍ଥିତ ଗାନ୍ଧୀ ପାର୍କ ଏବଂ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି। ଏକ ପଦର କହିବାକୁ ଗଲେ ଏହା ମଦୁଆଙ୍କ ଅଡ୍ଡା ସ୍ଥଳୀ ପାଲିଟି ଯାଇଛି ଏବଂ ସ୍ଵଛ ଭାରତ ମିଶନ ଏହି ସ୍ଥାନରେ ସମ୍ପୂର୍ଣ୍ଣ ଫେଲ ମାରିଚି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |