200 ବର୍ଷ ପୁରୁଣା ଉମରାହାଣ୍ଡି ଗ୍ରାମକୁ ଯାତାୟତ ପାଇଁ ଡାବୁଗାଁ ବିଧାୟକଂ ଉଦ୍ୟମରେ ନଦୀରେ ତିଆରି ହେବ ପୋଲ

ନବରଙ୍ଗପୁର(ହୀର ଶଙ୍କର ପାତ୍ର,),,୧୯ା୧୦:-ଡାବୁଗାଁ ବ୍ଲକରୋ ସବୁଠୁ ପୁରୁଣା ଗ୍ରାମ ହେଉଛି ଉମରାହାଣ୍ଡି ଗ୍ରାମ।୨୦୦ ବର୍ଷ ପୁରୁଣା ଉମରାହାଣ୍ଡି ଗ୍ରାମ ଡାବୁଗାଁ ଠାରୁ ମାତ୍ର ୨କିଲୋମିଟର ଦୂରରେ ଅବସ୍ଥିତ। ଡାବୁଗାଁର ସମସ୍ତ ଜାନି ଯାତ୍ରା, ପୂଜାପର୍ବରେ ଏହି ଗ୍ରାମର ପୂଜକ ମାନେ ଆସି କାର୍ଯ୍ୟକରନ୍ତି। ତଥା ସରକାରୀ ହେଉକି ବେସରକାରୀ ସବୁ କାମ ପାଇଁ ଡାବୁଗାଁ ଉପରେ ନିର୍ଭର କରନ୍ତି ଏହି ଗ୍ରାମର ୨୫ ସହରୁ ଉର୍ଦ୍ଧ ଜନସାଧାରଣ। ଡାବୁଗାଁ ଏବଂ ଉମରାହାଣ୍ଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ଅଙ୍ଗାଅଙ୍ଗି ଭାବେ ଯୋଡ଼ିତ ।କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଗ୍ରାମକୁ ଯିବା ପାଇଁ ହେଲେ ଅଙ୍ଗିନଦୀକୁ ପାର ହୋଇ ଯିବାକୁ ପଡେ। ନଦିରେ ପୋଲ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଗ୍ରାମବାସୀ। ଏବିଷୟରେ ୩ ମାସ ପୂର୍ବେ ଗ୍ରାମରେ ଏକ ସଭାର ଅୟଜନ କରି ଡାବୁଗାଁ ବିଧାୟକ ମୋନହର ରନ୍ଧାରୀକୁ ସେମାନଙ୍କ ସମସ୍ୟା ଜଣାଇଥିଲେ ଗ୍ରାମବାସୀ । ଏବଂ ବିଧାୟକ ମଧ୍ୟ ତାଙ୍କ କଥା ଶୁଣି ପ୍ରତିଶୃତି ଦେଇଥିଲେ ଏବର୍ଷ(2023) ଶେଷ ସୁଦ୍ଧା ସରକାରଙ୍କ ସହ ଅଲୋଚନ କରି ପୋଲ ନିର୍ମାଣ କାମ ଆରମ୍ଭ କରିବେ ବୋଲି। ଏବଂ “କଥା ଦେଇ ନିଜ କଥା ରଖିଲେ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ”।ବର୍ତ୍ତମାନ ପୋଲ ନିର୍ମାଣ ପାଇଁ ରାଜ୍ୟସରକାର ୮କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପୋଲନିର୍ମାଣ କାମ ଆରମ୍ଭ ପାଇଁ ଟେଣ୍ଡର ମଧ୍ୟ ବାହାରିଲାଣି।ଏବିଷୟରେ ଗ୍ରାମବାସୀ ଜାଣିବା ପରେ ଆଜି ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଯାହାବି ହେଉ ବହୁ ବର୍ଷର ପ୍ରତିକ୍ଷାର ଅନ୍ତ ଘଟିଛି ଏବଂ 200 ସହ ବର୍ଷ ପରେ ବିଧାୟକଙ୍କ ଉଧ୍ୟମରେ ଅଙ୍ଗିନଦୀରେ ପୋଲନିର୍ମାଣ ହେବାକୁ ଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!