ଆମ ଓଡ଼ିଶା ନବୀନ ଓଡ଼ିଶା ନୂଆ ଓଡ଼ିଶାର ରୂପକଳ୍ପ-ପ୍ରତାପ ଦେବ

୪୧୦ ପ୍ରକଳ୍ପ ପାଇଁ ୧୪.୫୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ରାଜକନିକା,୧୯/୧୦: ଆମ ଓଡ଼ିଶା ନବୀନ ନୂଆ ଓଡ଼ିଶାର ରୂପକଳ୍ପ, ବଦଳିବ ଗାଁ, ବଦଳିବ ସବୁ ଗ୍ରାମ ପଞ୍ଚାୟତର ଚିତ୍ର । ଏହାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତା ଆଉ ଚେତନାର ଯୋଜନା ବୋଲି ଗୁରୁବାର ରାଜକନିକା ବ୍ଳକ୍ ପରିସରରେ ଆୟୋଜିତ ଆଭାସୀ ପ୍ରକଳ୍ପ ଉଦ୍‌ଘାଟନ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭରେ ଆଳିର ବିଧାୟକ ତଥା ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି । ମନ୍ତ୍ରୀଶ୍ରୀଦେବ ଆମ ଓଡ଼ିଶା ନବୀନ ଓଡ଼ିଶା ଶୁଭାରମ୍ଭ ତଥା ପ୍ରତି ଗ୍ରାମ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଉନ୍ନୟନ ପାଣ୍ଠି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜକନିକା ବ୍ଲକ୍‌ରେ୨୯ଟି ଗ୍ରାମପଞ୍ଚାୟତରେ ୪୧୦ଟି ପ୍ରକଳ୍ପ ପାଇଁ ୧୪.୫୦ କୋଟି ଟଙ୍କା ମଞ୍ଜୁର କରିଥିଲେ । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳାମାନଙ୍କ ହୁଳହଳି ସହିତ ଜୟ ନବୀନ ଜୟ, ଜୟ ଓଡ଼ିଶା ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସଭାମଞ୍ଚ । ବିଧାୟକଙ୍କ ପ୍ରତିନିଧି ବରିଷ୍ଠ ବିଜେଡ଼ି ନେତା ବିକାଶ ଚନ୍ଦ୍ର ଦାସ, ରାଜକନିକା ପଞ୍ଚାୟତ ସମିତିର ଅଧ୍ୟକ୍ଷା ମୀନତି ରାଉତ, ଉପାଧ୍ୟକ୍ଷ ତନ୍ନୟ ରଞ୍ଜନ ଦାସ, ରାଜକନିକା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ, କନିକା ତହସିଲଦାର ଅଶୋକ କୁମାର ଦେହୁରୀ ଏବଂ ଜିଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ପ୍ରମୁଖ ଉପସ୍ଥିତ ରହିଥିଲେ । ରାଜକନିକା ବ୍ଳକ୍ ୨୯ ଗ୍ରାମ ପଞ୍ଜାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟା, ଜିଲା ପରିଷଦ ସଭ୍ୟ, ଜନପ୍ରତିନିଧିଙ୍କ ସହିତ ସରକାରୀ କର୍ମଚାରୀ ଏବଂ ମହିଳାମାନେ ଉପସ୍ଥିତ ରହିଥିଲେ ।

5 Rajkanika

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!