ବୁଲା କୁକୁରଙ୍କ ଅପେକ୍ଷା ଇଡି ଏବେ ଅଧିକ ବୁଲୁଛି: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌

ନୂଆଦିଲ୍ଲୀ,୨୭।୧୦ : ରାଜସ୍ଥାନ ଏବଂ ଛତିଶଗଡ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାଙ୍କ ଘରେ କେନ୍ଦ୍ରୀୟ ସଂସ୍ଥାର ଚଢାଉ ଜାରି ରହିଛି। ଗତକାଲି ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଡୋଟାସରାଙ୍କ ଘରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରାଜସ୍ଥାନର ପୂର୍ବତନ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା ଓ କଂଗ୍ରେସ ବିଧାୟକ ଓମ୍‌ ପ୍ରକାଶ ହୁଡ୍‌ଲାଙ୍କ ୧୧ଟି ପ୍ରତିଷ୍ଠାନରେ ଚଢ଼ଉ ଓ ତଲାସ କରିଛି। ସେହିପରି ବୈଦେଶିକ ମୁଦ୍ରା ପ୍ରବନ୍ଧନ ଅଧିନିୟମ ଉଲ୍ଲଂଘନ ଅଭିଯୋଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ସମନ୍‌ ପଠାଇଛି। ନିର୍ବାଚନ ପୂର୍ବରୁ ସିବିଆଇ ଓ ଇଡି ପରି କେନ୍ଦ୍ରୀୟ ସଂସ୍ଥାର ଏପରି କାର୍ଯ୍ୟକଳାପକୁ ନେଇ ଛତିଶଗଡ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ରାଜସ୍ଥାନର କ୍ଷମତାସୀନ କଂଗ୍ରେସର କିଛି ନେତାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହଠାତ୍‌ ରେଡ କରିବା ଘଟଣାକୁ ନେଇ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। ଇଡିକୁ କେନ୍ଦ୍ର ସରକାର ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ପୁଣିଥରେ ଦୋହରାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଏଥିସହ ସେ ଇଡିକୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି।ସେ କହିଛନ୍ତି, “ବୁଲା କୁକୁରଙ୍କ ଅପେକ୍ଷା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ଅଧିକ ମାତ୍ରାରେ ବୁଲିବାରେ ଲାଗିଛି।” ଜୟପୁରରେ ଆୟୋଜିତ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଗେହଲଟ କହିଛନ୍ତି, “କୁକୁରମାନଙ୍କ ଅପେକ୍ଷା, ଇଡି ହିଁ ସମଗ୍ର ଦେଶରେ ଏବେ ଅଧିକ ତଲାସୀ ଅଭିଯାନ କରୁଛି। ଇଡି ଓ ସିବିଆଇ ମୁଖ୍ୟଙ୍କୁ ଦେଖା କରିବା ପାଇଁ ମୁଁ ସମୟ ମାଗିଥିଲି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!