ନବରଙ୍ଗପୁର( ମିହିର ଶଙ୍କର ପାତ୍ର):ଡାବୁଗାଁ ତହସିଲରେ ସଦାଶିବ ଭତ୍ରା ତହସିଲ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ତହସିଲଦା କୃଷ୍ଣ ଦାସଙ୍କ ବଦଳି ପରେ ଆଜି ଶ୍ରୀ ସଦାଶିବ ଭତ୍ରା ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନୂତନ ତହସିଲର ଙ୍କୁ ବିଭିନ୍ନ ମହଲରୁ ସ୍ବାଗତ ଓ ଶୁଭେଚ୍ଛା ଜଣା ଯାଇଛି। ସରକାରୀ ଓକିଲ ଜୟନ୍ତ କୁମାର ପାତ୍ର ଏବଂ ଡାବୁଗାଁ ପ୍ରେସ କ୍ଲବ ସଂପାଦକ ମିହିର ଶଙ୍କର ପାତ୍ର ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ। ଏଥି ପୂର୍ବରୁ ସେ ବନ୍ଧୁଗାଁ ରେ ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଜଣେ ନିର୍ଭିକ, ସାହସୀ ଏବଂ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲା ରେ ତାଙ୍କ ସୁନାମ ଥିବା ସ୍ଥଳେ , ବର୍ତ୍ତମାନ ଡାବୁଗାଁ ରେ ଅନେକ ଗଠନ ମୂଳକ କାର୍ଯ୍ୟକ୍ରମ ସଠିକ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି। ଟ ,
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |