ଆଜି ଭାରତ-ଇଂଲଣ୍ଡ ମୁହାଁମୁହିଁ

ଲକ୍ଷ୍ନୌ,୨୮।୧୦ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ୨୦୨୩ର ୨୯ ତମ ମ୍ୟାଚ ଲକ୍ଷ୍ନୌର ଖେଳାଯିବ। ।ଟିମ ଇଣ୍ଡିଆ ଏହି ମ୍ୟାଚ ପାଇଁ ଖେଳ ଏକାଦଶରେ ପରିବର୍ତ୍ତନ ଆଣିପାରେ। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ। ରବିଚନ୍ଦ୍ରନ ଅଶ୍ୱିନ ମ୍ୟାଚ ପାଇଁ ଖେଳୁଥିବା ଏକାଦଶରେ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ରହିଛି। ଟିମ ଇଣ୍ଡିଆ ବର୍ତ୍ତମାନ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ସମସ୍ତ ମ୍ୟାଚ ଜିତିଛି। ତେଣୁ ଇଂଲଣ୍ଡର ଜିତିବା ସହଜ ହେବ ନାହିଁ।ଟିମ ଇଣ୍ଡିଆ ଶୀର୍ଷ ବ୍ୟାଟିଂ କ୍ରମରେ କୌଣସି ପରିବର୍ତ୍ତନ କରିବ ନାହିଁ। ରୋହିତ ଶର୍ମାଙ୍କ ସହ ଶୁଭମାନ ଗିଲ ଓପନିଂ କରିିବେ। ବିରାଟ କୋହଲି ୩ ନମ୍ବରରେ ଏବଂ ଶ୍ରେୟାସ ଆୟର ୪ ନମ୍ବରରେ ବ୍ୟାଟିଂ କରିବେ। କେ.ଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏକ ସୁଯୋଗ ପାଇପାରନ୍ତି। ଆହତ କାରଣରୁ ପାଣ୍ଡ୍ୟା ଏହି ମ୍ୟାଚରୁ ବାହାରେ ଅଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଖେଳିପାରି ନ ଥିଲେ। ଲକ୍ଷ୍ନୌରେ ହେବାକୁ ଥିବା ମ୍ୟାଚ ପାଇଁ ଭାରତ ଅଶ୍ୱିନଙ୍କୁ ଏକ ସୁଯୋଗ ଦେଇପାରେ। ଅଶ୍ୱିନ ଜଣେ ଅଭିଜ୍ଞ ଅଲରାଉଣ୍ଡର ଏବଂ ସ୍ପିନ ବୋଲର ଭାବରେ ମଧ୍ୟ ସଫଳ ରହିଛନ୍ତି ।ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସୁର୍ଯ୍ୟକୁମାର ଯାଦବଙ୍କୁ ଭାରତ ସୁଯୋଗ ଦେଇଥିଲା। ମାତ୍ର ମାତ୍ର ୨ ରନ ସ୍କୋର କରିବା ପରେ ସେ ଆଉଟ ହୋଇଯାଇଥିଲେ। ତେବେ ସେ ପୁଣି ଇଂଲଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇ ପାରନ୍ତି।

ଭାରତ-ଇଂଲଣ୍ଡ ମ୍ୟାଚ ପାଇଁ ସମ୍ଭାବ୍ୟ ପ୍ଲେଇଙ୍ଗ ୧୧:

ଭାରତ: ରୋହିତ ଶର୍ମା (ଅଧିନାୟକ) ଶୁବମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ (ଓ୍ବିକେଟ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ / ମହମ୍ମଦ ସିରାଜ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି।

ଇଂଲଣ୍ଡ: ଡେଭିଡ ମାଲାନ, ଜନି ବେୟାରଷ୍ଟୋ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋସ ବଟଲର(ଅଧିନାୟକ ଓ୍ବିକେଟ କିପର), ଲିଆମ ଲିଭିଙ୍ଗଷ୍ଟୋନ / ହ୍ୟାରି ବ୍ରୁକ, ମୋଇନ ଅଲି, ସାମ କୁରାନ, ଡେଭିଡ ୱିଲି, ଆଦିଲ ରସିଦ, ମାର୍କ ଉଡ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!