ଆଫଗାନିସ୍ତାନ ଫୈଜାବାଦରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ,୨୦।୨:ଆଫଗାନିସ୍ତାନ ଫୈଜାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫୈଜାବାଦଠାରୁ ୧୩୧ କିଲୋମିଟର ଦୂର ଏବଂ ୧୩୦ କିଲୋମିଟର ଗଭୀରରେ ଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତିକ୍ଷତି ନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସେପଟେ ରବିବାର ସନ୍ଧ୍ୟାରେ ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ଏହା ହେଉଛି ଗତ ୪୮ ଘଣ୍ଟା ମଧ୍ୟରେ ଦ୍ବିତୀୟ ଭୂକମ୍ପ । ଗତବର୍ଷ ଅକ୍ଟୋବର ମାସରେ ଆଫଗାନିସ୍ତାନର ହେରାତ୍ ପ୍ରଦେଶରେ ଭୟଙ୍କର ଭୂକମ୍ପ ଯୋଗୁଁ ୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!