ଭୋଟ୍‌ ଫର୍‌ ନୋଟ୍‌’ ମାମଲାରେ ବନ୍ଧା ହେବେ ବିଧାୟକ ଓ ସାଂସଦ

ନୂଆଦିଲ୍ଲୀ,୪।୩ : ଭୋଟ୍‌ ଫର୍‌ ନୋଟ୍‌ ମାମଲାରେ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।   ଯେଉଁ ସାଂସଦ ଏବଂ ବିଧାୟକମାନେ ଗୃହରେ ଭୋଟ୍ ଦେବା ପାଇଁ କିମ୍ବା ଭାଷଣ ଦେବା ପାଇଁ ଲାଞ୍ଚ ନେଉଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ। ଭୋଟ୍ ବଦଳରେ ନୋଟ୍ ନେଉଥିବା ସାଂସଦ କିମ୍ବା ବିଧାୟକଙ୍କ ପାଇଁ କୌଣସି ଆଇନଗତ ସୁରକ୍ଷା ମିଳିବ ନାହିଁ। ପୂର୍ବରୁ ଦିଆଯାଇଥିବା ନିଷ୍ପତ୍ତିକୁ ରଦ୍ଦ କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ସାତ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍ ଏସ୍ ବୋପାନ୍ନା, ଜଷ୍ଟିସ୍ ଏମ୍ ସୁନ୍ଦରେଶ, ଜଷ୍ଟିସ୍ ପିଏସ୍ ନରସିଂହ, ଜେବି ପରଦିୱାଲ, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ ମନୋଜ ମିଶ୍ର ଉପସ୍ଥିତ ଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ୧୯୯୮ରେ ନରସିଂହ ରାଓ ଦେଇଥିବା ନିଷ୍ପତ୍ତିିକୁ ବଦଳାଇଛନ୍ତି । ସେତେବେଳେ ୫ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ । ଏବେ କିନ୍ତୁ ୭ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ପୂର୍ବ ରାୟକୁ ବଦଳାଇଛନ୍ତି।୧୯୯୮ରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଦେଇଥିବା ରାୟ ଅନୁସାରେ, ଯଦି ନିର୍ବାଚନ ସମୟରେ କୌଣସି ବିଧାୟକ କିମ୍ବା ସାଂସଦ ଲାଞ୍ଚ କାରବାର କରିଛନ୍ତି, ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ। ଅଦାଲତଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ଗତ ବର୍ଷ ଅକ୍ଟୋବର ୫ରେ ଅଦାଲତ ଏ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!