ଡାବୁଗାଁ ବ୍ଲକ ଠାରେ “ବିଜୁ ପଟ୍ଟନାୟକ”ଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଓ ପଞ୍ଚାୟତରାଜ ଦିବସ ପାଳିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର) :-ଡାବୁଗାଁ ବ୍ଲକ ସମିଳନୀ କକ୍ଷ ଠାରେ ବ୍ଲକ ଅଦକ୍ଷା ବୀଣା ମାଝୀ ଙ୍କ ଅଦକ୍ଷତାରର ଆଜି ମହାନାୟକ ଓଡ଼ିଶାର ବରପୁତ୍ର ବିଜୁ ବାବୁଙ୍କର ୧୦୮ ତମ ଜନ୍ମ ଜୟନ୍ତୀ ପାଳିତ ହେଲା I ଏହି ଅବସରରେ ଉପସ୍ଥିତି ଥିଲେ ଡାବୁଗାଁ ବ୍ଲକ ବିଡିଏ ଶରତ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ, ବ୍ଲକ ଉପାଧ୍ୟାକ୍ଷ ସଦାନନ୍ଦ ନାୟକ, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ, ବିଧାୟଜ ପ୍ରତିନିଧି ବୁଲୁ ରାଓ,ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବ୍ଲକ କର୍ମଚାରୀ ଓ ମିଶନଶକ୍ତିର ସଭାପତି, ସମ୍ପାଦକ, ଏମବିକେ, ସିଆରପି ମାନେ। ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀକୁ ସାରା ରାଜ୍ୟ ପଞ୍ଚାୟତି ରାଜ ଦିବସ ଭାବରେ ମଧ୍ୟ ପାଳନ କରୁଛି I ମାର୍ଚ୍ଚ ୫ -୧୯୧୬ ରେ ପ୍ରବାଦ ପୁରୁଷ ବିଜୁବାବୁ ଗଞ୍ଜାମ ଜିଲ୍ଲା ଜି-ନୂଆଗାଁ ରେ ଜନ୍ମ ଗ୍ରହଣ କରିଥିଲେ I ପରଲୋକର ୨୬ ବର୍ଷ ପରେ ବି ବିଜୁ ବାବୁ ଓଡ଼ିଆଙ୍କ ହୃଦୟରେ ବିରାଜମାନ କରିଛନ୍ତି I ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ I ସେ ତାଙ୍କ ରାଜନୈତିକ ଜୀବନରେ ଓଡିଶାକୁ ଏକ ଭୈବବଶାଳୀ ରାଜ୍ୟରେ ପରିଣତ କରିବାକୁ ସ୍ବପ୍ନ ଦେଖିଥିଲେ I ବିଜୁବାବୁଙ୍କ ଦୀର୍ଘ କର୍ମମୟ ଓ ରାଜନୈତିକ ଜୀବନ ଓଡ଼ିଶା ବାସୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିଛି। ତାଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ବିଭିନ୍ନ କାର୍ଯ୍ୟକଳାପ ଆଜି ଓଡ଼ିଶାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!