ଭୁବନେଶ୍ୱର,୫।୩: ନିଶାକବଳରେ ରାଜଧାନୀ ଭୁବନେଶ୍ୱରର ଯୁବପିଢ଼ି। ତେବେ ବଜାରରେ ଯେତେ ପ୍ରକାରର ନିଶା ଉପଲବ୍ଧ ହେଉଛି ତାହା ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଖୁବ ସେବନ ହେଉଛି। ଯାହା ଦ୍ୱାରା ନିଶା ସେବନରେ ଭୁବନେଶ୍ୱର ଦେଶରେ ତୃତୀୟ ସ୍ଥାନରେ ପହଞ୍ଚିଛି । ଏହି ନିଶା ଦ୍ରବ୍ୟ ମଧ୍ୟରେ ମଦ ଓ ଗଞ୍ଜେଇ ପ୍ରମୁଖତାରେ ଥିବା ଜଣାପଡିଛି।ସୂଚନା ଅନୁଯାୟୀ, ଦେଶରେ ନିଶା ସେବନରେ ବେଙ୍ଗାଲୁର ପ୍ରଥମ ବା ୫୪.୫% ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ ସହର ରହିଛି। ଯେଉଁଠି ପ୍ରାୟ ୪୬.୩ % ନିଶା ସେବନ ହେଉଛି। ଏହା ବାଦ ଆମ ରାଜଧାନୀ ଭୁବନେଶ୍ୱର ନିଶା ସେବନରେ ଦେଶର ତୃତୀୟ ସ୍ଥାନରେ ରହିଛି। ଏଠି ପ୍ରାୟ ୩୭% ନିଶା ସେବନ ହେଉଛି। ତେବେ ଦେଶର ୧୫ ଟି ରାଜ୍ୟରେ ହୋଇଥିବା ଏକ ସର୍ଭେରେ ଏହି ରିପୋର୍ଟ ସାମ୍ନା ଆସିଛି। ଯାହା ଆମ ରାଜ୍ୟ ପାଇଁ ଏକ ଅତ୍ୟନ୍ତ ଚିନ୍ତାଜ୍ୱନକ ବିଷୟ।ସୂଚନା ଥାଉକି, କେମ୍ବ୍ରିଜ ପ୍ରିଜିମସ: ଗ୍ଲୋବାଲ ମେଣ୍ଟାଲ ହେଲଥରେ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଏନେଇ ୨୦୨୨ ମାର୍ଚ୍ଚରୁ ଅକ୍ଟୋବର ମାସରେ ଦେଶର ୧୫ ଟି ରାଜ୍ୟର ଗୋଟିଏ ଲେଖାଏ ମେଡିକାଲ କଲେଜରୁ ତଥ୍ୟ ସଂଗ୍ରହ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |