ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ,୫।୩:-ବିଧିବଦ୍ଧ ଭାବେ ଧରମ ରାଉତ ଙ୍କୁ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ସହ ସଂଯୋଜକ ଦାୟିତ୍ଵ ପ୍ରଦାନ କରା ଯାଇଛି। ଧରମ ରାଉତ ଜଣେ ଶକ୍ତି ସାଧକ । ଘରେ ଏକ ଛୋଟ ତାରିଣୀ ମାଁ ଙ୍କ ମନ୍ଦିର ଅଛି। ପ୍ରତିଦିନ ଅନେକ ଭକ୍ତ ଦର୍ଶନ ପାଇଁ ଆସନ୍ତି। ମାଁ ଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ୫ ମାର୍ଚ୍ଚ ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ଫୁଲସିଂ ରାଉତ, ବୋରିଗାଁ ମଣ୍ଡଳ ପ୍ରମୁଖ ଭାଷ୍କର ପନକା ଏବଂ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |