ପ୍ରୟାସକାନ୍ତିଙ୍କୁ ଇଡିର ୧୮ ଘଣ୍ଟା ମାରାଥନ ଜେରା

ଭୁବନେଶ୍ୱର,୬।୩: ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ରାତସାରା ଇଡି ଜେରା କରିଛି। ବିଧାୟକ ପ୍ରଫୁଲ ସାମଲଙ୍କ ପୁଅ ପ୍ରୟାସକ୍ରାନ୍ତିଙ୍କୁ ମାରାଥନ ଜେରା କରାଯାଇଛି । ପ୍ରୟାସକ୍ରାନ୍ତିଙ୍କୁ ଭୁବନେଶ୍ୱର ଇଡି ଅଫିସରେ ପ୍ରୟାସକ୍ରାନ୍ତିଙ୍କୁ ୧୮ ଘଣ୍ଟାର ଜେରା କରାଯାଇଛି । ବରିପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଜେରା କରାଯାଉଛି । ଗତକାଲି ଦିନ ୧୦ଟାରେ ଇଡିରେ ହାଜର ହୋଇଥିଲେ ପ୍ରୟାସକ୍ରାନ୍ତି । ଆଜି ଭୋର ସାଢେ ୪ ଟାରେ ଇଡି ଅଫିସରୁ ବାହାରିଛନ୍ତି ।୨୦୨୪ ଫେବୃଆରୀ ୧୭ ତାରିଖ ଦିନ ଭଣ୍ଡାରୀପୋଖରୀର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ କରାଯାଇଥିଲା। ବରପଦା ଇଂଜିନୟରିଂ କଲେଜରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ ଇଡି ଏହି ସମନ ଜାରି କରିଥିଲା । ତେବେ ୨୮ ଫେବୃଆରୀ ଦିନ ବିଧାୟକ ପ୍ରଫୁଲ ସାମଲଙ୍କୁ ଆଠଘଣ୍ଟା ଜେରା କରାଯାଇଥିଲା।ଫେବୃଆରୀ ୧୫ ତାରିଖରେ ଇଡି ଭଦ୍ରକ ଏବଂ ଭୁବନେଶ୍ୱରର ବିଭିନ୍ନ ଠିକଣାରେ ଚଢାଉ କରିଥିଲା । ଏହି ସମୟରେ ବିଧାୟକଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱର ପଳାଶପଲ୍ଲୀ ଘରୁ ୯ ଲକ୍ଷ ଟଙ୍କା ସହିତ ଏକ ଫରଚ୍ୟୁନାର କାର ଜବତ ହୋଇଛି । ଜବତ ହୋଇଥିବା କାରଟି ତ୍ରିଷ୍ନା ବିଲଡର ନାମରେ ରହିଥିବା ଜଣାପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!