ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୬।୩:ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନସ୍ଥ କେଲିଆ ଶୈବପୀଠ ଏକ ପର୍ଯ୍ୟଟନସ୍ଥଳୀ ଅଟେ।ଏଠାରେ ଶିବରାତ୍ରି ପୂର୍ବରୁ ଭକ୍ତ ମାନଙ୍କ ଭିଡ ଆରମ୍ଭ ହୋଇଯାଏ | ମନ୍ଦିର ଚାରି ଦିଗର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋହର ଅଟେ| ନବରଙ୍ଗପୁର ଜଲିା ସେଦରମହକୁମା ଠାରୁ ୪୫ କିମିି ତଥା ଡାବୁଗାଁ ସହର ଠାରୁ ୧୩ କିମି ଦୂରରେ ରହଛିି କେଲିଆ ଶୈବପୀଠ । ମାନ୍ୟତା ଅନୁସାରେ ଏଠାରେ ପୂଜା ପାଉଥିବା ବାବା ଝାଡେଶ୍ବର ମହାଦେବଙ୍କ ପ୍ରସାଦ ସେବନ ଓ ପାଦୁକା ଲେପନ କଲେ କୁଷ୍ଠ ରୋଗ ଓ ବିଭିନ୍ନ ଚର୍ମରୋଗ ମଧ୍ୟ ଭଲ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି । ପ୍ରଥମେ ଚଳ ଛପର ଘୋରେ ବାବାଙ୍କ ପୂଜା ଅର୍ଚ୍ଚନା ହେଉଥିଲା | କିନ୍ତୁ ବର୍ତ୍ତମାନ ରୋ ମନ୍ଦିର କମିଟିର ପ୍ରଚେଷ୍ଟାରେ ୨୦୦୨ ମସିହାରେ ତତକାଳୀନ ଡାବୁଗାଁ ବିଧାୟକ ଭୁଜବଳ ମଝି ,ଜିଲାପାଳ, ଆଖପାଖ ଗ୍ରାମବାସୀ ଓ ମନ୍ଦିର କମିଟିର ସହଯୋଗରେ ୧୫ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିଲା ଏବଂ ୨୦୧୩ ମସିହାରେ ମନ୍ଦିର ନିର୍ମାଣ ମନ୍ଦିର ପ୍ରତିଷ୍ଠା କରାଯାଇ ଥିଲା । ଏହି କେଲିଆ ଶୈବପୀଠର ନିଆରା ଆକର୍ଷଣ ହେଉଛି ଚାରିପଟେ ଥିବା ମନହୋର ଦୃଶ୍ୟ ଏବଂ ଔଷଧୀୟ ବୃକ୍ଷ ଯଥା ହରିଡା, ବାହାଡା,ଅଁଳା। ଏହି ପର୍ଯ୍ୟଟନସ୍ଥଳ ନିକଟରେ ରହିଛି ଅନେକ ଛୋଟ ଛୋଟ ଗାଁ, ସେଠାରେ ଆଜି ମଧ୍ୟ ଲୋକମାନଙ୍କ ସରଳ ଜୀବନଯାପନ କରୁଥିବା ଦେଖିବାକୁ ମିଳେ। ଶୈବପୀଠ ରୁ ଜଙ୍ଗଲ ରାସ୍ତାରେ ୩ କିମିି ଦୂରରେ ରହଛିି ପାର୍ବତୀ ଗୁମ୍ଫା | ଗୁମ୍ଫାରେ ମାଁ ପାର୍ବତୀ ଙ୍କ ଆସ୍ଥାନ । ଏହି ଗୁମ୍ଫା କେଉଁଠି ସମାପ୍ତ ହୋଇଛି ତାହା ଆଜିବି ରହସ୍ୟ ହୋଇ ରହିଛି | ଗୁମ୍ଫା ଭିତରେ ଥିବା ଧବଳ ରଙ୍ଗର ଲିଙ୍ଗଟି ହେଉଛି ମାଁ ପାର୍ବତୀଙ୍କ ଆସ୍ଥାନ ।ଅନ୍ୟ ଆକର୍ଷଣ ମଧ୍ୟରେ ରହିଛି “ଗଙ୍ଗା କୁଣ୍ଡ ” ଏହି ଛୋଟିଆ କୁଣ୍ଡର ନିର୍ମଳ ପାଣି ବର୍ଷ ତମାମ ରହେ। ଏହାଛଡା ଜଙ୍ଗଲ ମଧ୍ୟକୁ କିଛି ଦୂର ଚାଲିଗଲେ ଦେଖାଯାଉଏ ରାଜାରାଜୋଡା କାଳର ଭଗ୍ନାବଶେଷ ଏକ ପୁରୁଣା କୂପ ଏବଂ ୩୦୦/୪୦୦ ବର୍ଷ ପୁରୁଣା ଇଟା ଖଣ୍ଡ ଗୁଡିକ। କିନ୍ତୁ ଦୁଃଖର ବିଷୟ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ଆଶାନୁରୂପ ହୋଇ ପାରି ନାହିଁ । କେଲିଆ ଶୈବପୀଠ ଠାରୁ ପାର୍ବତୀ ଗୁମ୍ଫା କୁ ସଂଯୋଗ କରୁଥିବା ପାଦଚଲା ପାହାଡଆି ରାସ୍ତାର ଉନ୍ନତକିରଣ ପାଇଁ ପ୍ରସ୍ତାବ ଦିଆ ଯାଇଛି ମାତ୍ର କାର୍ଯ୍ୟକାରୀ ହୋଇନାହିଁ ତେଣୁ ପର୍ଯ୍ୟଟକ ମାନେ ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ପର୍ଯ୍ୟଟନ ବିଭାଗ ଏଥିପ୍ରତି ଉଚିତ୍ ଦୃଷ୍ଟି ଦେଲେ ରାଜସ୍ବ ବୃଦ୍ଧି ସାଙ୍ଗକୁ ଲୋକ ସଂସ୍କୃତି , ପରମ୍ପରା ଲୋକଲଚନାକୁ ଆସିପାରନ୍ତା ବୋଲି କେଲିଆ ଶୈବପୀଠ ମନ୍ଦିର କମିଟିର ସମ୍ପାଦକ ଦେବରାଜ ପାତ୍ର କହିଛନ୍ତି । ୩/୪ ବଷ୍ ହେଲା ଏହି ଶୈବପୀଠ କୁ ପର୍ଯ୍ୟଟନ ବଭିାଗ ନିଜ ହାତକୁକ ନେଇଥିବା ବେଳେ ଆଜିପର୍ଯ୍ୟନ୍ତ ଆଖିଦୃଶିଆ କୌଣସି ଉନ୍ନତି ମୂଳକ କାମ ହୋଇନାହିଁ |ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଏବଂ ଜିଲା ପ୍ରଶାସନ ବିଶେଷ ଧ୍ୟାନ ଦେବା ଆବଶ୍ୟକତା ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |