ନବରଙ୍ଗପୁର( ମିହିର ଶଙ୍କର ପାତ୍ର) :-ଧଡ୍ରା ସପ୍ତାହିକ ହାଟରୁ ବାଇକ ଚୋରି,ସିସି ଟିଭିରେ କୋଏଦ ହେଲା ଚୋରିର ଦୃଶ୍ୟ, ଥାନାର ଦ୍ୱାରସ୍ତ ହେଲେ ଗାଡି ମାଲିକ। ଆଜି ଭିକ୍ଷା ଗ୍ରାମର ଶିକ୍ଷକ ଧଡ୍ରା ସାପ୍ତାହିକ ହାଟକୁ ଆସିଥିଲେ। ନିଜ ଗାଡିକୁ ମେଡିକାଲ ଷ୍ଟୋର ସାଇଡରେ ରଖି ଜିନିଷ ପାତ୍ର କିଣାକିଣି କରି 5 ଘଣ୍ଟା ବେଳେ ମେଡିକାଲ ଷ୍ଟୋର କୁ ଯାଇ ଔଷଧ କିଣି ଗାଡି ରଖିଥିବା ସ୍ଥାନକୁ ଯାଇ ଦେଖିଲେ ତାଙ୍କ ଗାଡି କେହି ଜଣେ ଅଜଣା ବ୍ୟକ୍ତି ନେଇ ଯାଇଛି। ଏହାପରେ ଆଖ ପାଖ ଆଞ୍ଚଳରେ ଖଜାଖଜି କରିଥିଲେ। ଶେଷରେ ମେଡିକାଲ ଷ୍ଟୋରର ସିସିଟିଭି ରେ ଦେଖିଲା ବେଳକୁ ଜଣା ପଡିଲା ତାଙ୍କ ବାଇକ ଚୋରି ହଇଯାଇଛି । ଏହା ପରେ ବାଇକ ଚରି ବିଷୟରେ ଥାନାର ଦ୍ୱାରସ୍ଥ ହେଲ ଗାଡି ମାଲିକ। ବର୍ତ୍ତମାନ ପର୍ଯ୍ୟନ୍ତ ଗାଡି ମିଳି ନାଇଁ, ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣାପଡିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |