ଖଣି ଦୁର୍ନୀତିରେ ଇଡି ରେଡ୍

ଭୁବନେଶ୍ବର: ପୁଣିଥରେ ଖଣି ଦୁର୍ନୀତି ମାମଲାରେ ଇଡିର ବଡ ଧରଣର ରେଡ୍। ଭୁବନେଶ୍ବର , ବଡବିଲ, ରାଉରକେଲା ସମେତ ରାଜ୍ୟର ୧୨ରୁ ଅଧିକ ଅଞ୍ଚଳରେ ଚଢାଉ ହୋଇଛି। ସେହିପରି କୋଲକାତାରେ ବି ଯାଞ୍ଚକୁ ବଢାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଚଢାଉ ହୋଇଥିବା ଦୁଇ ସଂସ୍ଥା ହେଲେ ଦୀପକ ଷ୍ଟିଲ୍ ଆଣ୍ଡ ପାୱାର, ସ୍ନେହାପୁଷ୍ପ ମାର୍କେଟିଂ ଲିମିଟେଡ୍। କିଛି ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ବି ଚଢାଉ ହୋଇଥିବା ଜଣାପଡିଛି। ଏହି ରେଡ୍ ରେ ନଗଦ ୩୦ ଲକ୍ଷ ଟଙ୍କା , ଦୁଇ କେଜି ସୁନା ଓ ଦାମୀ କାର୍ ଜବତ ହୋଇଛି। ଜବତ ସୁନାର ପରିମାଣ ୧ କୋଟି ୨୪ ଲକ୍ଷ ଟଙ୍କା ହେବ । ୧ କୋଟି ୨୩ ଲକ୍ଷ ଟଙ୍କା ଥିବା ୬ଟି ଆକାଉଣ୍ଟକୁ ଫ୍ରୀଜ୍ କରିଛି ଇଡି। ପୂର୍ବରୁ ଓଲିବୁର୍ ଖଣି ଦୁର୍ନୀତି ଲିଙ୍କ୍ ନେଇ ଭିଜିଲାନ୍ସ ତଦନ୍ତ କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!