ନବରଙ୍ଗପୁର(ମିହିର ଶଙ୍କର ପାତ୍ର):-ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ବିଶ୍ୱ ବନ ଦିବସ ୨୦୨୪ ଅନୁଷ୍ଠିତ ହେଲା। ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଯୁଗ୍ମ ଜଙ୍ଗଲ ପରିଚାଳନା କାର୍ଯ୍ୟକ୍ରମ ସମଗ୍ର ଦେଶରେ ପଥପ୍ରଦର୍ଶକ ହୋଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଏହାର ପରିସରକୁ ଦ୍ୱିଗୁଣିତ କରାଯିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଲ୍ଲେଖ କରିଛନ୍ତି ।ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ୨୦୨୪ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତବର୍ଷର ସମଗ୍ର ଭୌଗୋଳିକ ଅଞ୍ଚଳର ଜଙ୍ଗଲ ଅଚ୍ଛାଦିତ ହାର ୨୪ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୩୩ ପ୍ରତିଶତରୁ ଅଧିକ ହେବା ଆମ ପାଇଁ ଖୁସୀ ଏବଂ ଗୌରବର ବିଷୟ ବଳି କହିବା ସହ ଯେଉଁ ବନ କର୍ମଚାରୀ ମାନେ ନିଜ କାମ ସୁଚାରୁ ରୂପେ ଏଵଂ ନିଷ୍ଠାର ସହ କରିଆସୁଛନ୍ତି ସେମାଙ୍କୁ ଉତ୍ସାହିତ କରିବା ପାଇଁ ଗୋଲଡ ମେଡେଲ,ମାନପତ୍ର ସହ ଚେକ ମଧ୍ୟ ଦେଇଥିଲେ। ଏହି ଅବସରେ ନବରଙ୍ଗପୁର ଡିବିଜନ ଡାବୁଗାଁ ବନାଞ୍ଚଳର ଫୋରେଷ୍ଟ ଗାର୍ଡ ଗୀତାରାଣୀ ବିଶ୍ୱାସରୟ ମଧ୍ୟ ଜଙ୍ଗଲ ସୁରକ୍ଷା,ବୃକ୍ଷରୋପଣ ଏଵଂ ଉଜ୍ୱଳା ଯୋଜନାରେ ଭଲ କାମ କରିଥିବାରୁ ପୂରକୃତ ହୋଇ ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |