ବେଙ୍ଗାଲୁରୁ,,୪ା୪:୨୦ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୨୦ ଫୁଟ ଗଭୀର ବୋରୱେଲରୁ ଉଦ୍ଧାର ହେଲା ୨ ବର୍ଷର ଶିଶୁ। କର୍ଣ୍ଣାଟକ ବିଜୟପୁରାର ଲାଚୟାଲ ଗାଁରେ ବୁଧବାର ଅପରାହ୍ନରେ ଶିଶୁଟି ଖେଳୁଥିବା ବେଳେ ଏକ ଖୋଲା ବୋରଓ୍ବେଲ ଭିତରେ ଖସି ପଡିଥିଲା। ସେହି ବାଟ ଦେଇ ଯାଉଥିବା ଜଣେ ଲୋକ ଶିଶୁଟିର କାନ୍ଦ ଶୁଣି ବୋରୱେଲ ଭିତରେ ଖସିପଡିଥିବା ଜଣାପଡିଥିଲା। କର୍ଣ୍ଣାଟକ ତାଲୁକ ଜିଲ୍ଲାର ଲଚୟାନ ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ବୋରୱେଲକୁ ଖସି ପଡିଛି ୨ ବର୍ଷର ଶିଶୁ। ପିଲାଟି ବୋରୱେଲର ୧୬ ଫୁଟ ଭିତରେ ଫସି ରହିଥିବା ଜଣାପଡିଛି।ଏ ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀ ଓ ଡାକ୍ତରୀ ଟିମକୁ ପଠା ଯାଇଥିଲା। ତୁରନ୍ତ ବୋରୱେଲ ମଧ୍ୟକୁ ଏକ ଲମ୍ବା ପାଇପ ସହାୟତାରେ ଅମ୍ଳଜାନ ଯୋଗାଇ ଦିଆଯାଇଥିଲା। ଯଦିଓ ଉଦ୍ଧାରକାରୀ ଦଳ ବୋରୱେଲ ମଧ୍ୟକୁ ପଠା ଯାଇଥିବା କ୍ୟାମେରା ସାହାଯ୍ୟରେ ପିଲାଟିକୁ ଦେଖି ପାରୁଥିଲେ କିନ୍ତୁ ପିଲାଟିର ମୁଣ୍ଡ ତଳକୁ ଥିବାରୁ ଉଦ୍ଧାରକାରୀ ଦଳ ସ୍ୱତନ୍ତ୍ର ଉପାୟ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |