ଆସନ୍ତାକାଲି କଟକରେ ରୋଡ୍‌ ସୋ’ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କଟକ,୧୪।୫: ଆସନ୍ତାକାଲି କଟକରେ ରୋଡ୍‌ ସୋ’ କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଅପରାହ୍ନ ୪ ଟାରୁ ରୋଡ୍‌ ସୋ’ ନେଇ କଟକ ନଗର ସଭାପତିଙ୍କ ସୂଚନା । ଗୋପବନ୍ଧୁ ପାର୍କରୁ ଆରମ୍ଭ ହୋଇ ବକ୍ସିବଜାର ଦେଇ ରୋଡ୍‌ ସୋ ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର ଦେଇ ଯିବ ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଆଗରୁ ରାଉରକେଲା ଓ କଣ୍ଟାବାଞ୍ଜିରେ ଅମିତ ଶାହଙ୍କର ନିର୍ବାଚନୀ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ଏବେ ସେ ଆସନ୍ତାକାଲି (୧୫ ତାରିଖ) ଓଡ଼ିଶା ଗସ୍ତରେ ଆସି ସୋରଡ଼ା ଓ ବୌଦ୍ଧରେ ସାଧାରଣ ସଭାରେ ଯୋଗ ଦେବେ ବୋଲି ଜଣାଯାଇଛି। ଏହାଛଡ଼ା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଟକରେ ରୋଡ୍ ସୋ କରିବେ। ଅମିତ ଶାହଙ୍କ ରୋଡ ସୋ ବକ୍ସି ବଜାରର ଗୋପବନ୍ଧୁ ପାର୍କ ନିକଟରୁ ବାହାରି ବକ୍ସି ବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁ ବଜାର, ଚାନ୍ଦିନୀଚୌକ, ମହମ୍ମଦିଆ ବଜାର ଓ ଶେଖ ବଜାର ଦେଇ ଚଣ୍ଡୀ ମନ୍ଦିର ଯାଏ ହେବ ବୋଲି ସୂଚନା ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!