ନୂଆଦିଲ୍ଲୀ,୧୪।୫: ଜାପାନ ବିଶ୍ୱର ପ୍ରଥମ ହାଇ ସ୍ପିଡ୍ ୬ଜି ପ୍ରୋଟୋଟାଇପ୍ ଡିଭାଇସ୍ ସାମ୍ନାକୁ ଆଣିଛି। ଏହି ଡିଭାଇସ୍ ବିଷୟରେ ଦାବି କରାଯାଉଛି ଯେ, ଏହା ପ୍ରତି ସେକେଣ୍ଡରେ ୧୦୦ ଗିଗାବାଇଟ୍ ବେଗରେ ୩୩୦ ଫୁଟରୁ ଅଧିକ ଦୂରତାରେ ତଥ୍ୟ ପଠାଇପାରେ, ଯାହା ଏବେ ଥିବା ୫ଜି ପ୍ରୋସେସରଠାରୁ ୨୦ ଗୁଣ ଅଧିକ। ଯଦି ଆମେ ସାମଗ୍ରିକ ଗତିକୁ ଦେଖିବା, ଏହା ୫ଜି ଫୋନର ଗତିଠାରୁ ୫୦୦ ଗୁଣ ଅଧିକ ସ୍ପିଡ୍ ରହିବ।ଜାପାନ ଦ୍ୱାରା ପ୍ରସ୍ତୁତ ଏହି ଡିଭାଇସ୍ ସହଭାଗିତା ଭିତ୍ତିରେ କିଛି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି କମ୍ପାନୀଗୁଡିକ ହେଉଛି ଡୋକୋମୋ, ଏନ୍ଟିଟି, ଏନ୍ଟିଟି କର୍ପୋରେସନ୍, ଏନ୍ଇସି କର୍ପୋରେସନ୍ ଏବଂ ଫିଜିତ୍ସୁ। ଗୋଟିଏ ଡିଭାଇସରେ ୬ଜି ପରୀକ୍ଷା କରାଯାଇଛି। ତେବେ ବ୍ୟାବସାୟିକ ଭିତ୍ତିରେ ଏ ପର୍ଯ୍ୟନ୍ତ ଏହାର ପରୀକ୍ଷଣ କରାଯାଇନାହିଁ । ଉପଭୋକ୍ତାମାନେ ୬ଜିରେ ବହୁତ ଦ୍ରୁତ ଇଣ୍ଟରନେଟ୍ ସ୍ପିଡ୍ ପାଇବାକୁ ଯାଉଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |