ଭୁବନେଶ୍ୱର,୧୪।୫: ଓଡ଼ିଶା ହାଇକୋର୍ଟରେ ୧୪୭ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀରେ ନିଯୁକ୍ତି ଦିଆଯିବା ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ ଅନ୍ଲାଇନ୍ ଆବେଦନ କରିପାରିବେ। ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଜୁନ୍ ୧୮ ତାରିଖ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ଚାଲିବ।୧୪୭ଟି ASO ପଦବୀରୁ ୭୦ଟି ଅଣସଂରକ୍ଷିତ ରହିଛି। SEBCଙ୍କ ପାଇଁ ୫ଟି ପଦ ସଂରକ୍ଷିତ ରହିଥିବା ବେଳେ ଏସ୍ଟିଙ୍କ ପାଇଁ ୫୭ ଓ ଏସ୍ସିଙ୍କ ପାଇଁ ୧୫ଟି ପଦ ସଂରକ୍ଷିତ ରହିଛି। ସେହିପରି ୧୪୭ଟି ପଦବୀରୁ ୪୯ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅଣସଂରକ୍ଷିତ ବର୍ଗରେ ୭୦ଟି ପଦବୀ ରହିଥିବା ବେଳେ ସେଥିରୁ ୨୩ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ସେହିପରି ଏସ୍ଇବିସିର ୫ଟି ପଦରୁ ୨ଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏସ୍ଟି ବର୍ଗର ୫୭ଟି ପଦରୁ ୧୯ଟି ଓ ଏସ୍ସିଙ୍କ ପାଇଁ ଥିବା ୧୫ଟି ପଦରୁ ୫ଟି ସଂପୃକ୍ତ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |