କଟକ.୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଆଜି ପ୍ରଥମେ ଗଞ୍ଜାମରେ ଏକ ସମାବେଶକୁ ଉଦ୍ବୋଧନ ଦେଇଥିଲେ। ପରେ କଟକରେ ଆସି ରୋଡ୍ ଶୋ’ କରିଛନ୍ତି। କଟକ ଗୋପବନ୍ଧୁ ଛକରୁ ଶାହାଙ୍କ ରୋଡ୍ ଶୋ’ ଆରମ୍ଭ ହୋଇଛି। ୨ ଘଣ୍ଟା ଧରି ଏହି ରୋଡ୍ ଶୋ’ ଚାଲିବ। ଏଥିରେ ଭାଜପାର କଟକ ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାନସଭା ପ୍ରାର୍ଥୀ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ସାମିଲ ହୋଇଛି। ଏତଦ୍ବ୍ୟତୀତ ହଜାର ହଜାର ସଂଖ୍ୟାରେ ଭାଜପା କର୍ମୀ ଶାହାଙ୍କ ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି।ବିଜେପିର କଟକ ସାଂସଦ ପ୍ରାର୍ଥୀ ଭତ୍ତୃହରି ମହତାବ, ବାରବାଟୀ କଟକ ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହ କଟକ ସଦର ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ, ଚୌଦ୍ୱାର କଟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି ମଧ୍ୟ ଶାହଙ୍କ ସହ ଏହି ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି । ଏହି ଶୋ’ରେ ଶହ ଶହ ସମର୍ଥକ ଦଳୀୟ ପତାତା ଧରି ସାମିଲ ହୋଇଛନ୍ତି ।କେନ୍ଦ୍ର ମନ୍ତ୍ରୀଙ୍କ ଏହି ରୋଡ୍ ଶୋ’ ମୁଖ୍ୟ ରାସ୍ତାରେ ନୁହେଁ ଗଳି କନ୍ଦିରେ ଆୟୋଜନ ହୋଇଛି । ଗୋପବନ୍ଧୁ ଛକରୁ ଆରମ୍ଭ ହୋଇ ଏହା ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର,ନୟାସଡକ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର, ଶେଖ ବଜାର ଦେଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |