ଖଲ୍ଲିକୋଟରେ ୧୪୪ ଧାରା ଜାରି

ଭୁବନେଶ୍ୱର,୧୬।୫:    ଗଞ୍ଜାମଜିଲ୍ଲା ରେ ନିର୍ବାଚନୀ ହିଂସା। ବିଜେଡି କର୍ମୀଙ୍କ ଆକ୍ରମଣ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ହତ୍ୟାକାଣ୍ଡକୁ ନେଇ ଖଲ୍ଲିକୋଟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି କରିଛି। ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି କର୍ମୀ ଦିଲ୍ଲୀପ ବାହାନ, ତାଙ୍କ ଭାଇ ଜିତୁ ବାହାନ ଓ ଅନ୍ୟ ୨ ଜଣ ବ୍ୟକ୍ତି ବୁଧବାର ସନ୍ଧ୍ୟା ବେଳେ ପୋଷ୍ଟର ମାରୁଥିଲେ। ହେଲେ ବିଜେଡି କର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ। ଗାଁରେ ବିଜେପି ପୋଷ୍ଟର ଓ ବ୍ୟାନର ଲାଗି ପାରିବ ନାହିଁ ବୋଲି ବିଜେଡି କର୍ମୀମାନେ କହିଥିଲେ। ସେମାନଙ୍କ କଥା ନଶୁଣି ବିଜେପି କର୍ମୀ ଦିଲ୍ଲୀପ ଓ ତାଙ୍କ ସହଯୋଗୀମାନେ ପୋଷ୍ଟର ମାରୁଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଜେଡି କର୍ମୀମାନେ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ଦିଲ୍ଲୀପ ବାହାନ, ତାଙ୍କ ଭାଇ ଜିତୁ ବାହାନ ଓ ଅନ୍ୟ ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡ଼ିକାଲ୍‌ରେ ଭିର୍ତ୍ତି କରିଥିଲେ। ତେବେ ସେଠାରେ ଦିଲ୍ଲୀପ ବାହାନ ଓ ତାଙ୍କ ଭାଇ ଜିତୁ ବାହାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୨ଟା ଦିଲ୍ଲୀପଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପ୍ରକାଶ ପାଇବା ପରେ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।ପୁଲିସ୍‌ର ଲାଠି ଚାର୍ଜ ପରେ ଖଲ୍ଲିକୋଟ ଥାନା ଅଞ୍ଚଳରେ ଶାନ୍ତ ପଡ଼ିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାପାଳ ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଥାନାଠାରୁ ୧୦୦ ମିଟର ଭିତରେ ୫ରୁ ଅଧିକ ଲୋକ ଏକତ୍ର ନହେବା ପାଇଁ କୁହାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!