ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ ହେଲା କାବୁ

ବାରିପଦା,୧୭।୫: ବାରିପଦା ସହରରେ ବୁଲୁଛି କଲରାପତରିଆ ବାଘ। ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ବାଘଟି ପଳାଇ ଆସି ସହର ମୁହାଁ ହୋଇଥିବା କୁହାଯାଉଛି।  ସହରରେ ବାଘ ବୁଲୁଥିବା ଖବର ଶୁଣି ଲୋକେ ଭୟଭୀତ ହୋଇପଡ଼ିଛନ୍ତି।ଆଜି ସକାଳ ୬ଟା ସମୟରେ ବାରିପଦା ସହର ଭଞ୍ଜପୁର ସ୍ଥିତ ବାଘ ଘର ଗଳି ବୁଢ଼ୀଖମାରିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ କୁକୁରମାନେ ଜୋରରେ ଭୁକିଥିଲେ। ଏହି ସମୟରେ ଏକ କଲରାପତରିଆ ବାଘ କୁକୁର ଭୁକିବା ଭୟରେ ପାଚେରି ଡେଇଁ ସ୍କୁଲ ପରିସରରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନ ବିଭାକୁ ଖବର ଦେଇଥିଲେ। କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ ବାଘ। ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରି ରେସ୍କ୍ୟୁ ଟିମ୍‌ ବାଘକୁ ଧରିଛନ୍ତି। ସହରର ଭଂଜପୁର ଅଞ୍ଚଳରେ ବାଘ ବୁଲୁଥିବା ଅଞ୍ଚଳବାସୀ ଦେଖିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!