ଭୁବନେଶ୍ୱର,୫।୭: ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନାତା ପାର୍ଟି। ବିଜୟପାଲ ସିଂ ତୋମାରଙ୍କୁ ଦଳ ଓଡ଼ିଶାର ପ୍ରଭାରୀ ଦାୟିତ୍ୱ ଦେଇଛି। ସେହିପରି ଲତା ଉସେଣ୍ଡିଙ୍କୁ ଓଡ଼ିଶାର ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ପୂରନ୍ଦେଶ୍ୱରୀଙ୍କ ବଦଳରେ ଦଳ ବିଜୟପାଲ ସିଂ ତୋମାରଙ୍କୁ ଦଳ ପ୍ରଭାରୀ ନିଯୁକ୍ତ କରିଛି। ସେହିପରି ପୂର୍ବରୁ ରାଜ୍ୟର ନିର୍ବାଚନ ସହପ୍ରଭାରୀ ଥିବା ଲତା ଉସେଣ୍ଡିଙ୍କୁ ଦଳ ସହପ୍ରଭାରୀ ଦାୟିତ୍ୱ ଦେଇଛି। ଓଡ଼ିଶାରେ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଏଥିସହ ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଛି।ସେହିପରି ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ କେରଳ ସହପ୍ରଭାରୀ ଭାବେ ନିଯୁକ୍ତ ମିଳିଥିବାବେଳେ ଏମପି ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ନିଯୁକ୍ତ ମିଳିଛି।ବିଭିନ୍ନ ରାଜ୍ୟ ପାଇଁ ଆଜି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରିଛି ବିଜେପି। ବିଜୟପାଲ ସିଂ ତୋମାରଙ୍କୁ ଦଳ ଓଡ଼ିଶାର ପ୍ରଭାରୀ ଦାୟିତ୍ୱ ଦେଇଛି। ସେହିପରି ଲତା ଉସେଣ୍ଡିଙ୍କୁ ଓଡ଼ିଶାର ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ବିଜୟପାଲ ସିଂ ତୋମାର ପୂର୍ବରୁ ଓଡ଼ିଶାର ନିର୍ବାଚନ ପ୍ରଭାରୀ ଥିଲେ। ଡି. ପୂରନ୍ଦେଶ୍ୱରୀ ରାଜ୍ୟ ବିଜେପି ପ୍ରଭାରୀ ଥିଲେ। ପୂରନ୍ଦେଶ୍ୱରୀଙ୍କ ବଦଳରେ ଦଳ ବିଜୟପାଲ ସିଂ ତୋମାରଙ୍କୁ ଦଳ ପ୍ରଭାରୀ ନିଯୁକ୍ତ କରିଛି। ସେହିପରି ପୂର୍ବରୁ ରାଜ୍ୟର ନିର୍ବାଚନ ସହପ୍ରଭାରୀ ଥିବା ଲତା ଉସେଣ୍ଡିଙ୍କୁ ଦଳ ସହପ୍ରଭାରୀ ଦାୟିତ୍ୱ ଦେଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |