ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ଭାରତର ଗଠନ ହେଲା ସ୍ବତନ୍ତ୍ର କମିଟି

ନୂଆଦିଲ୍ଲୀ, ୦୯।୦୮:  ବାଂଲାଦେଶରେ ଶାସନ ପରିବର୍ତ୍ତନ ହୋଇଛି। ଏହା ସତ୍ତ୍ୱେ ଅନେକ ଅଂଚଳରେ ହିଂସାକାଣ୍ଡ ଜାରି ରହିଛି। ଏହି ସମୟରେ ବାଂଲାଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ଫଳରେ ବହୁ ସଂଖ୍ୟକ ଲୋକ ଭାରତ-ବାଂଲାଦେଶ ସୀମାରେ ପହଞ୍ଚୁଛନ୍ତି ଓ ଭାରତକୁ ପ୍ରବେଶ କରିବାକୁ ଚାହୁଁଛନ୍ତି ।ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ସମୁଦାୟ ଉପରେ ଅତ୍ୟାଚାର ଜାରି ରହିଛି । ରାଜନୈତିକ ଅସ୍ଥିରତା ଭିତରେ ଦଙ୍ଗାକାରୀ ଦେଶରେ ଜଳାପୋଡ଼ା କରିବା ସହ ନୀରିହ ଜନତାଙ୍କୁ ଟାର୍ଗେଟ୍‌ କରୁଛନ୍ତି । ବିଶେଷ କରି ଅନ୍ୟ ଧର୍ମର ଲୋକଙ୍କୁ ଖୋଜି ଖୋଜି ସେମାନଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ସହିତ ସେମାନଙ୍କ ଘରୁ ଲୁଟ୍‌ପାଟ୍‌ କରୁଛନ୍ତି ।ସେପଟେ ମୋଦୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଭାରତ-ବାଂଲାଦେଶ ସୀମା (ଆଇବିବି)ର ସ୍ଥିତି ଉପରେ ନଜର ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ବାଂଲାଦେଶରେ ରହୁଥିବା ଭାରତୀୟ ନାଗରିକ, ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବାଂଲାଦେଶରେ ଥିବା ଏହାର ସମକକ୍ଷମାନଙ୍କ ସହ ଆଲୋଚନା କରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!