ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୯।୮ :-ଓଡିଶା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବଭାଗ ତରଫରୁ ଆଜି ଲୋକସଭା ଭବନରୁ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଉପାନ୍ତ ଅଞ୍ଚଳରେ ଥିବା ୧୪ଟି ସ୍ନାତକ ମହାବିଦ୍ୟାଳୟର ଶୁଭ ଉଦଘାଟନ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଏହି ଅବସରରେ କୋଷଗୁମଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଓସ୍ୱାନ କକ୍ଷ ଠାରେ ଦିନ 12 ଘଣ୍ଟା ସମୟରେ ମୁଖ୍ୟ ଆତିଥି ଭାବରେ ଯୋଗ ଦେଇଥିଲେ ବିଡ଼ିଓ ଆଶିଷ ତ୍ରିପାଠୀ ଏଵଂ ସଂମ୍ମାନିତ ଆତିଥି ଭାବରେ ଯୋଗଦେଇଥିଲେ କୋଷା ଗୁମଡା ସାଂସଦ ପ୍ରତିନିଧି ସାମନାଥ ପୂଜାରୀ ଏଵଂ ପାପଡାହାଣ୍ଡି ବ୍ଲକ ସାଂସଦ ପ୍ରତିନିଧି କ୍ଷେତ୍ର ମୋହନ ପାତ୍ର। ମହାବିଦ୍ୟାଳୟ ର ଅଧକ୍ଷ ରାଜୀବ ଜାଲ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏଵଂ ଛାତ୍ର ଛାତ୍ରୀ ଉପସ୍ଥିତି ଥିଲେ ଆଜିର କାର୍ଯ୍ୟକ୍ରମ ସମୟରେ।କଷାଗୁମୁଡା ବ୍ଳକ ବାସି ଙ୍କ ବହୁ ଦିନର ଆଶା ଆକ୍ଷଂକା ପୂରଣ ହେଇଛି। ମାନ୍ୟବର ସାଂସଦ ଶ୍ରୀ ବଳଭଦ୍ର ମାଝିଙ୍କ ପ୍ରୟାସ ଓ ସଫଳତା କ୍ରମେ ରାଜ୍ୟ ସରକାର ଡିଗ୍ରୀ କଲେଜ ଅନୁମୋଦନ ଶୁଭ ଉଦଘାଟନ କରାଗଲା। ତେଣୁ ମାନ୍ୟବର ସାଂସଦ ଶ୍ରୀ ବଳଭଦ୍ର ମାଝୀ ଙ୍କ ପ୍ରଚେଷ୍ଟା ରୁ ହଇଥିବାରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଅଭିଭାବକ ମାନେ ଏଵଂ ବୁଦ୍ଧିଜୀବୀ ମାନେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |