ରାଜ୍ୟରେ ଆଳୁ ସଙ୍କଟ : ଭୁବନେଶ୍ବର ୟୁନିଟ ୧ ମାର୍କେଟରେ ଚଢ଼ାଉ

ଭୁବନେଶ୍ବର,୧୦ା୮: ଭୁବନେଶ୍ବର ୟୁନିଟ ୧ ମାର୍କେଟରେ ଚଢ଼ାଉ| ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଅସାଧୁ ବ୍ୟବସାୟୀ ମନଇଛା ଦରରେ ଆଳୁ ବିକ୍ରୀ କରୁଛନ୍ତି। ରାଜ୍ୟ ରାଜଧାନୀ ଭୁବନେଶ୍ବର ୟୁନିଟ ୧ ମାର୍କେଟର ବ୍ୟବସାୟୀ ଚଢ଼ା ଦରରେ ଆଳୁ ବିକ୍ରୀ କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ  ଭୁବନେଶ୍ବର ୟୁନିଟ ୧ ମାର୍କେଟରେ ଯୋଗାଣ ବିଭାଗର ଚଢ଼ାଉ କରାଯାଇଛି। ସରକାର ଧାର୍ଯ୍ୟ କରିଥିବା ଦାମରେ ଆଳୁ ବିକ୍ରୀ କରିବାକୁ ୟୁନିଟ ୧ ବ୍ୟବସାୟୀଙ୍କୁ କଡ଼ା ନିର୍ଦେଶ ଦିଆଯାଇଛି। ୟୁନିଟ ୧ ମାର୍କେଟର ଆଳୁ ବ୍ୟବସାୟୀମାନଙ୍କ ସହିତ ଆଲୋଚନା ପରେ କେତେ ଦରରେ ସେମାନେ ଆଳୁ ବିକ୍ରୀ କରିବେ ତାହା ଯୋଗାଣ ବିଭାଗ ଅଧିକାରୀ ଧାର୍ଯ୍ୟ କରିଛନ୍ତି। ଭୁବନେଶ୍ବର ୟୁନିଟ ୧ ମାର୍କେଟର ଆଳୁ ବ୍ୟବସାୟୀ  କିଲୋ ପିଛା ୩୨ ଓ ୩୫ ଟଙ୍କାରେ ଆଳୁ ବିକ୍ରୀ କରିବାକୁ ଯୋଗାଣ ବିଭାଗ ଅଧିକାରୀ ନିର୍ଦେଶ ଦିଆଯାଇଛି।ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କିଲୋଗ୍ରାମ ପ୍ରତି ଆଳୁ ୩୦ ଟଙ୍କାରେ ଖାଉଟିଙ୍କୁ ଦିଆଯିବ। ଆଲୋଚନାସତ୍ତ୍ବେ ପଶ୍ଚିମବଙ୍ଗଳୁ ଆଳୁ ଆସି ପାରୁନାହିଁ। ତେଣୁ ରାଜ୍ୟ ସରକାର ନାଫେଡ ଜରିଆରେ ଆଳୁ ଆଣିବେ। ଦିନକ ପରେ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସିଯିବ। ଉଚ୍ଚା ଦରରେ କିଣିଲେ ବି ଲୋକଙ୍କୁ ୩୦ଟଙ୍କାରେ ଆଳୁ ଦେବୁ। ଆଳୁ ଅଭାବ ରହିବନି, ଯେତେ ଆବଶ୍ୟକ ସେତେ ଅଣାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!