କେନ୍ଦୁଝର,,୧୧ା୮:ପୁଲିସ ଉପରକୁ ଗୁଳିମାଡ଼ କରି ଖସିଯିବାକୁ ଉଦ୍ୟମ କରିଥିବା ଜଣେ ଗୋରୁ ମାଫିଆ ପୁଲିସର ପାଲଟା ଜବାବରେ ଆହତ ହୋଇଛନ୍ତି। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଗୋରୁ ମାଫିଆ ଜଣଙ୍କ ସାନ୍ତରାପୁର ଅଞ୍ଚଳର ବୋଲି ଜଣାପଡ଼ିଛି।କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଲାଢ଼ାଙ୍କୁଣି ଗାଁରେ ନିକଟରେ ପୁଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଏଣେ ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା। ଏଥିରେ ଆରିଫ ଖାନ୍ ନାମକ ଜଣେ ଗୋରୁ ମାଫିଆ ଗୁରୁତର ହୋଇଛନ୍ତି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ଗତ ବିଳମ୍ବିତ ରାତିରେ କୁଲାଢ଼ାଙ୍କୁଣି ଗାଁରେ ନିକଟରେ ଜଙ୍ଗଲିଆ ରାସ୍ତାଦେଇ ୫ଟି ଗୋରୁ ବୋଝେଇ ଗାଡ଼ି ଯାଉଥିବାର ଖବର ପାଇ ପୁଲିସ ଗୋରୁଗାଡ଼ିକୁ ଅଟକାଇବା ବେଳେ ଗୁଳିମାଡ଼ କରିଥିଲେ ଗୋରୁ ମାଫିଆ। ପୁଲିସର ପାଲଟା ଗୁଳିରେ ଜଣେ ଗୋରୁ ମାଫିଆ ଆରିଫ ଖାନ୍ ଗୁରୁତର ହୋଇଥିଲେ।ପୁଲିସ ୩ଟି ଗୋରୁ ଭର୍ତ୍ତି ପିକ୍ଅପ୍ ଜବତ କରିଥିବା ବେଳେ, ୨ଟି ଗାଡ଼ି ଖସିପଳାଇଥିବାର ସୂଚନା ରହିଛି। ଏଣେ ପୁଲିସ ଧରିବା ଆଗରୁ ଅନ୍ୟ ଗୋଚାଲାଣକାରୀମାନେ ଘଟଣାସ୍ଥଳରୁ ଫେରାର୍ ମାରିଥିବା ସୂଚନା ରହିଛି। ଉକ୍ତ ଗୋରୁ ଭର୍ତ୍ତି ପିକ୍ଅପ୍ ଗୁଡ଼ିକ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କୁହାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |