ଭୁବନେଶ୍ୱର ,,୧୧ା୮: ଏମବିବିଏସ ଓ ବିଡିଏସ ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ଗତ ୧୦ ତାରିଖ ଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏହି ପଞ୍ଜିକରଣ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ନିଟ-ୟୁଜି ରାଙ୍କ ହାସଲ କରିଥିବା ପ୍ରାର୍ଥୀମାନେ ଏଥିରେ ପଞ୍ଜିକରଣ କରିପାରିବେ । ଏନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ସୂଚନା ଜାରି କରାଯାଇଛି । ପ୍ରାର୍ଥୀମାନେ ଓଜେଇଇର ଅଫିସିଆଲ ୱେବସାଇଟ https://ojee.nic.in/କୁ ଯାଇ ଲଗଇନ୍ କରିପାରିବେ ।ନିଟ-ୟୁଜି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିପାରିବେ । ୧୮ରେ ପ୍ରୋଭିଜିନାଲ ଓ ୨୦ରେ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ । କେବଳ ଓଡ଼ିଶା ବାସିନ୍ଦାଙ୍କୁ ରାଜ୍ୟ କୋଟା ମିଳିବ । ପ୍ରାର୍ଥୀମାନେ ଏମବିବିଏସ ଓ ବିଡିଏସ ସିଟରେ ନାମ ଲେଖାଇ ପାରିବେ । ଅନ୍ୟ ରାଜ୍ୟର ପିଲାମାନେ ଏନଆରଇଆଇ କୋଟାରେ ଥିବା ସିଟରେ ଆଡମିଶନ କରିପାରିବେ । ପିଲାମାନେ ଅନଲାଇନରେ ନିଜର ଡକ୍ୟୁମେଣ୍ଟ ଦାଖଲ କରିବେ, ଯାହାକି ଯାଞ୍ଚ ପାଇଁ ଆବଶ୍ୟକ ହେବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |