ଡାବୁଗାଁ ରେ ସୁଭଦ୍ରା ଯୋଜନା ର ସିଧା ପ୍ରସାରଣ ଦେଖିଲେ ତିନି ହଜାର ରୁ ଉର୍ଦ୍ଧ୍ବ ମହିଳା

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୭।୯ :-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପବିତ୍ର ଜନ୍ମଦିନ ଅବସରରେ ଡାବୁଗାଁ ବ୍ଲକ ତରଫରୁ କଲ୍ୟାଣ ମଣ୍ଡପ ରେ ଆୟୋଜିତ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଯୋଗଦେଲେ ତିନି ହଜାର ରୁ ଉର୍ଦ୍ଧ୍ବ ମହିଳା। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ଉନ୍ମୋଚିତ ଏହି କାର୍ଯ୍ୟକ୍ରମ ର ସାଧା ପ୍ରସାରଣ କୁ ଶାନ୍ତି ଶୃଙ୍ଖଳାରେ ବସି ଦେଖିଲେ ସମସ୍ତେ। ଏହି ଅବସରରେ ଅନୁଷ୍ଠିତ ଏକ ବୈଠକରେ ଡାବୁଗାଁ ବିଡ଼ିଓ ଶରତ ମାଝୀ, ସାଂସଦ ପ୍ରତିନିଧି ଜେ ରାଜଶେଖର ରାଓ, ମନ୍ତ୍ରୀ ଙ୍କ ପ୍ରତିନିଧି ଲିଙ୍ଗରାଜ ଭତ୍ରା, ଆଇନଜୀବୀ ଜୟନ୍ତ କୁମାର ପାତ୍ର, ରାଜ୍ୟ ସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ ଏବଂ ସିଡିପିଓ ମିନତୀ ଦାଶ ମଞ୍ଚାସିନ ଥିଲେ। ଉପସ୍ଥିତ ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରେ ଜଗଦୀଶ ଭତ୍ରା,ମହେଶ ପାତ୍ର, ନରେଶ ସିଂ, ନରୁ ସିଂ, ଦିନେଶ ସିଂ ଦଶମୁ କଲାର, ଅଯୋଧ୍ୟା ମାଳୀ , କିରଣ ରାଓ, ଭୀମସେନ ଜେନା, ରତନ କଲାର , ଲକ୍ଷ୍ମୀ ଜାନୀ, ସତ୍ୟ ରାଓ, କାଞ୍ଚନ ହରିହର, ସୁକାଲୁ ପୂଜାରୀ ଏବଂ ମିଶନଶକ୍ତି ଏମବିକେ, ସି ଆର ପି, ସଭାପତି, ସମ୍ପାଦିକା, ଅଙ୍ଗନବାଡି, ଆସ ଓ 3ହଜାର ରୁ ଉର୍ଦ୍ଧ ମହିଳାମାନେ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!