କଟକ ବାଲିଯାତ୍ରାରେ ଅଘଟଣ

ଭୁବନେଶ୍ୱର ,୧୮ା୧୧: ବାଲିଯାତ୍ରାରେ ଆଜି ଏକ ବଡ଼ ଅଘଟଣ ଘଟିଛି। କ୍ୟାଣ୍ଟନମେଣ୍ଟ ଥାନା ସାମନାରେ ଜଣେ ଛାତ୍ର ବିଦ୍ୟୁତ କରେଣ୍ଟ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ବାଲିଯାତ୍ରା ଦେଖିବାକୁ ଆସିଥିବା ଏହି ନାବାଳକ ଛାତ୍ରଜଣକ ରାସ୍ତା ଡିଭାଇଡର୍‌ ପାର୍ ହୋଇ ଯାଉଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଯୁକ୍ତ ଦୁଇରେ ପଢ଼ୁଥିବା ଜଗତସିଂହପୁର ସହରର ବିଶ୍ବପ୍ରକାଶ ମନ୍ଥନ (୧୭) ଆଜି ରାତି ପ୍ରାୟ ୯ଟା ବେଳେ କ୍ୟାଣ୍ଟନମେଣ୍ଟ ଥାନା ସାମନାରେ ଯାଉଥିଲେ।ରାସ୍ତା ପାର୍ ହେବା ପାଇଁ ଲୁହାର ଡିଭାଇଡର୍ ଧରି ପାର୍ ହେଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଲୁହା ଡିଭାଇଡର୍‌ରେ ଲିଚୁ ଲାଇଟ୍ ପଡ଼ିଥିବାରୁ ତାହା ଚାର୍ଜ ହୋଇ ଏଭଳି ଅଘଟଣ ଘଟିଥିଲା। କରେଣ୍ଟ ଝଟକାରେ ବିଶ୍ବପ୍ରକାଶ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!