ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ

 ଭୁବନେଶ୍ୱର,୧୮।୧୧: ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ପରଲୋକ ନେଇ ଘରୋଇ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲରେ ଡାକ୍ତର ସ୍ପଷ୍ଟ କରିଛନ୍ତି । ତାଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି ।ସୂଚନା ଅନୁସାରେ, ସେ ଦୀର୍ଘଦିନ ଧରି ଅସୁସ୍ଥ ରହି ଚିକିତ୍ସାଧୀନ ରହିଥିଲେ । ପ୍ରଥମେ କିଡନୀ ସମସ୍ୟା ପାଇଁ ସମୀର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କର ଫୁସଫୁସରେ ମଧ୍ୟ ସଂକ୍ରମଣ ହୋଇଥିଲା । ଡାକ୍ତରଙ୍କ କହିବା ଅନୁସାରେ, ସେ ରକ୍ତଚାପ ଏବଂ ମଧୁମେହରେ ମଧ୍ୟ ପୀଡିତ ରହିଥିଲେ । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା କାରଣରୁ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକ ହସ୍ପିଟାଲରେ ଆସି ତାଙ୍କୁ ସାକ୍ଷାତ କରିବା ସହିତ ଆଶୁ ଆରୋଗ୍ୟ କାମନା କରିଥିଲେ । କଟକ ରାଜନୀତିରେ ସେ ସତ୍ବପ୍ରବୃତ୍ତ ଭାବେ ଯୋଡି ହୋଇ ରହିଥିଲେ । କଟକର ସେ ବଡ ଦାୟିତ୍ବ ନେଇଥିଲେ । ତେବେ ତାଙ୍କ ଦେହାନ୍ତ ଭାରତୀୟ ଜନତା ପାର୍ଟି ପାଇଁ ଏକ ବଡ କ୍ଷତି ବୋଲି କୁହାଯାଇପାରେ । ଉପମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ କରି ଶୋକବ୍ୟକ୍ତ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!