ଶିଳ୍ପ ନୀତି ୨୦୧୫ର ଦୁଇଟି ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର ,୨୩।୧୧: ଆଜି ରାଜ୍ୟ କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିବା ସହ ଶିଳ୍ପ ନୀତି ୨୦୧୫ର ୨ଟି ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି । ପ୍ରୋତ୍ସାହନ କିମ୍ବା ପ୍ରମାଣପତ୍ର ପାଇଁ ଆବେଦନ ଦାଖଲର ସମୟସୀମା ୨ ବର୍ଷକୁ ବୃଦ୍ଧି କରାଯାଇଛି । ଏଥିସହିତ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ମଧ୍ୟ ସଂଶୋଧନ କରାଯିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପ୍ରଦାନ କରିବାକୁ ସକ୍ଷମ ହେବେ ଓ ପ୍ରୋତ୍ସାହନ ସୁଗମ ପରିଚାଳନା ପାଇଁ ଏହା ସହାୟକ ହେବ ।ବିଭିନ୍ନ ପ୍ରୋତ୍ସାହନ ଓ ପ୍ରମାଣପତ୍ର ବିଷୟରେ କିମବା ନୀତି ତଥା ଦରଖାସ୍ ପ୍ରଣାଳୀ ବିଷୟରେ ଅନେକ କ୍ଷେତ୍ରରେ ଶିଳ୍ପ ସଂସ୍ଥା ଆବେଦନପତ୍ର ଦାଖଲ କରିବାରେ ବିଳମ୍ବ ହୋଇଥାଏ । ଏତଦବ୍ୟତୀତ କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ମଧ୍ୟ ବିଚାରକୁ ନେଇ ଶିଳ୍ପ ନୀତି ୨୦୧୫ ଅଧିନରେ ସମସ୍ତ ପ୍ରକାରର ପ୍ରୋତ୍ସାହନ ଓ ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ ସମୟସୀମାକୁ ୧ ବର୍ଷକୁ ଦୁଇ ବର୍ଷକୁ ବୃଦ୍ଧି କରିବାକୁ ମଞ୍ଜୁରୀ ମିଳିଛି । ୨ ବର୍ଷରୁ ଅଧିକ ବିଳମ୍ବ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।ସେହିପରି ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ରେ ୧୩.୧୧.୨୦୧୮ରେ ଏକ ସଂଶୋଧନ କରାଯାଇଥିଲା, ଯେଉଁଥିରେ ଦ୍ରବଣ ନିଷ୍କାସନ ଓ ରିଫାଇନ ତୈଳ ପ୍ରସ୍ତୁତି ଓ ପାନୀୟ ଜଳର ବିଶୋଧନ କାରଖାନା କାର୍ଯ୍ୟକଳାପକୁ ନକାରାତ୍ମକ ତାଲିକାରୁ ହଟାଯାଇଥିଲା । ।କିନ୍ତୁ ୧୮.୦୮.୨୦୨୦ରେ ଆଇପିଆର ୨୦୧୫ରେ ସମାନ ବ୍ୟବସ୍ଥା କରାଯାଇଥିଲା । ଆଇପିଆର ଓ କ୍ଷେତ୍ରୀୟ ନୀତିରେ ଉପରୋକ୍ତ ଅସଙ୍ଗତିକୁ ଦୃଷ୍ଟିରେ ରଖି ସରକାର ଅନୁମୋଦନ କରିଛନ୍ତି ଯେ, ୧୮.୦୮.୨୦୨୦ରେ ଆଇପିଆର ୨୦୧୫ରେ କରାଯାଇଥିବା ସଂଶୋଧନ ଓଏଫପିପି ୨୦୧୬ରେ ହୋଇଥିବା ସଂଶୋଧନ ତାରିଖ ଠାରୁ ଅର୍ଥାତ୍ ୧୩.୧୧.୨୦୧୮ ଠାରୁ କାର୍ଯ୍ୟକାରୀ ହେବ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!