ପେପରଲେସ୍ ହେଲା ବିଧାନସଭା

ଭୁବନେଶ୍ୱର,୧୨।୧:ପେପରଲେସ୍ ହେଲା ବିଧାନସଭା । ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ । ବିଧାନସଭାରେ 147 ବିଧାୟକଙ୍କ ଆସନରେ ଲାଗିଲା ଟ୍ୟାବ୍ । ଆଉ ପ୍ରଶ୍ନୋତ୍ତର କିମ୍ବା କୌଣସି ପ୍ରସ୍ତାବ କାଗଜ ଜରିଆରେ କରିବେନି ବିଧାୟକ । ନେଭା ତରଫରୁ ହୋଇଛି ଏହି ବ୍ୟବସ୍ଥା ।  ଏହାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ  ବିଧାୟକମାନେ ବର୍ତ୍ତମାନ ସ୍ମାର୍ଟ ହେବେ। ବିଧାନସଭାରେ ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ। ବିଧାନସଭାର ୧୪୭ ବିଧାୟକଙ୍କ ଆସନ ସାମ୍ନାରେ ଲାଗିଲା ଟ୍ୟାବ।ନେଭା ରତଫରୁ ଏହି ବ୍ୟବସ୍ଥା ବିଧାୟକଙ୍କ ପାଇଁ ହୋଇଛି। ଅନ୍ୟପଟେ ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି। ମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଉପସ୍ଥିତ ଅଛନ୍ତି।ଶାସକ ଦଳ ମୁଖ୍ୟ ସଚେତକ ଏବଂ ବିରୋଧୀଦଳର ମୁଖ୍ୟ ଏଠାରେ ଉପସ୍ଥିତ ଅଛନ୍ତି। ଏଥିରେ କଂଗ୍ରେସ ବିଧାୟକ ଦଳର ନେତା ମଧ୍ୟ ସାମିଲ। ଗୃହ ସୁପରିଚାଳନା ନେଇ ବାଚସ୍ପତି ଆଲୋଚନା କରିଛନ୍ତି।କାଲିଠୁ ବିଧାନସଭା ବଜେଟ ଅଧିବେଶନ । ଏଥିପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଛି ସର୍ବଦଳୀୟ ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସମେତ ଶାସକ ଦଳ ମୁଖ୍ୟ ସଚେତକ, ବିରୋଧୀ ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ଅଛନ୍ତି । ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳ ହରିବାବୁ କମ୍ଭମ ପତି ପ୍ରଥମ ଥର ପାଇଁ ରଖିବେ ଅଭିଭାଷଣ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!